ସପ୍ତାହେ ଭିତରେ ଦେଶରେ ଅନୁଭୂତ ହୋଇଛି ୨୫ଟି ଭୂମିକମ୍ପ, ପ୍ରତିଦିନ ୩ରୁ ଅଧିକ ଥର ଥରିଛି ବିଭିନ୍ନ ରାଜ୍ୟ

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ, ୦୩|୦୭ :  ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୭ । ଏହାପୂର୍ବରୁ ମିଜୋରାମରେ ମଧ୍ୟ ଦ୍ୱିପ୍ରହରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । କେବଳ ଶୁକ୍ରବାର ନୁହେଁ, ଏହାପୂର୍ବରୁ ଗତ ୭ ଦିନ ମଧ୍ୟରେ ୨୫ ଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ତଥ୍ୟାନୁସାରେ, ଭାରତରେ ପ୍ରତିଦିନ ୩ରୁ ୪ଥର ଭୂମିକମ୍ପ ହୋଇଛି । ସବୁଠାରୁ ଅଧିକ ଭୂମିକମ୍ପ ଜୁନ ୨୬ରେ ହୋଇଥିଲା । ଏହିଦିନନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୦ ଥର ଭୂମିକମ୍ପ ହୋଇଥିଲା । ଗତ ଜୁନ ୨୬ରେ ମିଜୋରାମ, ମେଘାଳୟ, ଲଦାଖ, ହରିୟାଣାରେ ଥରେ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀରରେ ୬ଥର ଭୂମିକମ୍ପ ହୋଇଥିଲା । ଜୁନ ୨୮ରେ ମଣିପୁରରେ ୨, ମେଘାଳୟରେ ଓ ଆଣ୍ଡାମାନରେ ଥରଟିଏ ଭୂମିକମ୍ପର ଝଟକା ଲାଗିଥିଲା । ସେହିପରି ଜୁନ୩୦ରେ ହରିୟାଣରେ ୨, ଜମ୍ମୁ-କାଶ୍ମୀରରେ ଥରେ ଭୂମିକମ୍ପର ଝଟକା ଲାଗିଥିଲା । ଏତତ୍ ବ୍ୟତୀତ ଜୁଲାଇ ୧ରେ ମେଘାଳୟରେ ୨, ଜମ୍ମୁ-କାଶ୍ମୀରରେ ଥରଟିଏ ଝଟକା ଲାଗିଛି । ଜୁଲାଇ ୨ରେ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଅର୍ଥାତ ୩ ତାରିଖରେ ମିଜୋରାମ ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଲାଗିଛି ।

ଶୁକ୍ରବାର ଜିଲ୍ଲୀରେ ଝଟକା ଲାଗିଥିବା ଭୂମିକମ୍ପର କେନ୍ଦ୍ରସ୍ଥଳୀ ହେଉଛି ରାଜସ୍ଥାନର ଅଲଓ୍ୱାର । ଉତ୍ତରଭାରତର କିଛି ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଝଟକା ଲାଗିଛି । ଏତେଥର ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.