Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନା ଭାକସିନ୍ ଆଶା ବଢିଲା : ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ ଟିକା

4/10/2020 at 3:53 PM

ନୂଆଦିଲ୍ଲୀ, ୦୪|୧୦: କରୋନା ଭାଇରସର ଭାକସିନ୍ କେବେ ବାହାରିବ ତାକୁ ନେଇ ଲୋକଙ୍କ ମନରେ ଦିନକୁ ଦିନ ଉତ୍କଣ୍ଠା ବଢିବାରେ ଲାଗିଛି । ଭାକସିନ୍ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ବିଭିନ୍ନ ସୋସିଆଲ ମିଡିଆ ୟୁଜରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଭାକସିନକୁ ନେଇ ଏକ ବଡ ଖବର ଦେଇଛନ୍ତି ।

ସେ କହିଛନ୍ତି ଯେ, ଭାରତ ସରକାର ଜୁଲାଇ ୨୦୨୧ ମଧ୍ୟରେ ପ୍ରାୟ ୨୫କୋଟି ଭାରତୀୟଙ୍କୁ ଟିକା ଦିଆଯିବ । ସରକାର ୪୦ରୁ ୫୦ କୋଟି କରୋନା ଭାକସିନ୍ ଉପଯୋଗ କରିବା ଦିଗରେ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ଅକ୍ଟୋବର ଯାଏଁ ଜନସଂଖ୍ୟାର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଥମେ କିପରି ଭାକସିନ୍ ଦିଆଯିବ ତାହା ଉପରେ ଜୋର୍ ଦିଆଯିବ ।

ସେ ଆହୁରି କହିଛନ୍ତି ଯେ, ଭାକସିନକୁ ସରକାର କିଣିବେ । ଏହାକୁ ଲୋକଙ୍କୁ ଦେବା ପରେ ରିଅଲ ଟାଇମ୍ ଟ୍ରାକ୍ କରାଯିବ । ଭାରତୀୟ ଭାକସିନ୍ ନିର୍ମାତାଙ୍କୁ ସରକାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ । ଭାକସିନ୍ କିପରି ସମସ୍ତଙ୍କ ପାଖରେ ପହଁଚିବ ସେନେଇ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

   Related Posts