ଦଶାହ ଭୋଜି ଖାଇ ୫ଦିନରେ ୨୫ରୁ ଉର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ

Published By : Prameya-News7 Bureau | November 13, 2019 IST

ନୀଳଗିରି ୧୩।୧୧: ବାଲେଶ୍ବର ବାହାନାଗା ବ୍ଲକ୍ ଜିରିତାଳ ଗାଁରେ ଡାଇରିଆ ଆତଙ୍କ । ୫ ଦିନ ଭିତରେ ୨୫ରୁ ଉର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେଣି । ଆକ୍ରାନ୍ତମାନେ ନୀଳଗିରି, ଖନ୍ତାପଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

{"id":183556,"sizeSlug":"large"}

ଗତ ଶୁକ୍ରବାର ଲୋକେ ଏକ ଦଶାହ ଭୋଜି ଖାଇଥିଲେ । ଏହାପରେ ଝାଡାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ତେବେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଓ ସଚେତନତା କରିବା ପରିବର୍ତ୍ତେ କେବଳ ବ୍ଲିଂଚି ଦେଇ କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.