୨୪ ବର୍ଷିୟା ଯୁବତୀ ହେଲେ ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର

Published By : Prameya-News7 Bureau | July 11, 2019 IST

ମୁମ୍ବାଇ୧୧|୭: ୨୪ ବର୍ଷିୟା ଯୁବତୀ ହେଲେ ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର। ନିଜର ଇଚ୍ଛାଶକ୍ତି ବଳରେ ପ୍ରତୀକ୍ଷା ଦାଶ ବ୍ରିହନ ମୁମ୍ବାଇ ଇଲେକ୍ଟ୍ରି ସପ୍ଲାଏ ଓ ଟ୍ରାନ୍ସପୋର୍ଟ ବସର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତୀକ୍ଷା ଜଣେ ଉଚ୍ଚ ଶିକ୍ଷିତା ଝିଅ, ନିକଟରେ ମହାରାଷ୍ଟ୍ରର ମାଲାଡ ଠାକୁର କଲେଜରୁ ମେକାନିକାଲ ଇଞ୍ଜିନିର ପାଠ ଶେଷକରି ବସ ଚଳାଉଛନ୍ତି।

୨୪ ବର୍ଷିୟା ପ୍ରତୀକ୍ଷା ନିଜ କାର୍ଯ୍ୟକରିବା ସହ ପୂର୍ବଭଳି ନିଜ ସାଙ୍ଗମାନଙ୍କ ସହିତ ସମୟ ମଧ୍ୟ ବିତାଉଛନ୍ତି। ଏକ ସାକ୍ଷାତକାରରେ ପ୍ରତୀକ୍ଷା କହିଥିଲେ ଯେ ‘ ମୋତେ ବସ ଓ ଟ୍ରକଭଳି ଭାରି ଯାନ ଚଳାଇବାକୁ ଭଲ ଲାଗେ, ତେଣୁ ଭାରିଯାନ ଚଳାଇବାର ମାଷ୍ଟର ହେବାକୁ ଚାହୁଛି। ଏଥିପାଇଁ ମୋତେ ୬ ବର୍ଷ ଲାଗିବ। ପ୍ରତୀକ୍ଷା ବାଇକରୁ ପ୍ରଥମେ ଗାଡ଼ି ଚଲା ଆରମ୍ଭ କରିଥିଲେ। ଧୀରେ ଧୀରେ କାର୍ ଚଳାଇବା ମଧ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ବସ ଓ ଟ୍ରକ ଭଳି ଭାରି ଯାନ ଚଳାଇବାରେ ମାହିର।

ବସ ଚଳାଇ ମୁଁ ବସ ଚଳାଇ ବହୁତ ଖୁସି ଅନୁଭବ କରୁଛି ବୋଲି ପ୍ରତୀକ୍ଷା କହିଛନ୍ତି। ଅଷ୍ଟମ ଶ୍ରେଣୀରେ ପଡ଼ିବା ସମୟରୁ ଗାଡ଼ି ଚଳାଇବା ପ୍ରତି ରୁଚି ରଖିଥିଲେ ପ୍ରତୀକ୍ଷା। ସ୍କୁଲ ପଢ଼ା ସମୟରେ ବାଇକ ବେଳେ ବେଳେ ମଧ୍ୟ ଚଳାଉଥିଲେ। ସେ କିପରି ବସ ଡ୍ରାଇଭର ହେବ ଛୋଟସମୟରୁ ମନ ଭିତରେ ଇଚ୍ଛାଶକ୍ତି ରହିଥିଲା। ଭାରିଯାନର ଲାଇସେନ୍ସ ପାଇଁ ପ୍ରତୀକ୍ଷା ସର୍ବପ୍ରଥମେ ଆରଟିଓଙ୍କ ସହ କଥାବାରର୍ତ୍ତା ହୋଇଥିଲେ।

 ଆରଟିଓଙ୍କୁ ଯାଇ ନିଜର ଭାରିଯାନର ପ୍ରମାଣ ପତ୍ର ବାହାରି କରିଥିଲେ ପ୍ରତୀକ୍ଷା। ସେଠାରେ ନିଜର ଡ୍ରାଇଭିଂ ଟେଷ୍ଟ ଦେଇ ଲାଇସେନ୍ସ ବାହାର କରିଥିଲେ ପ୍ରତୀକ୍ଷା। ବର୍ତ୍ତମାନ ପ୍ରତୀକ୍ଷା ବହୁତ ସୁନ୍ଦର ଭାବେ ବସ ଚଳାଉଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି। ପ୍ରତୀକ୍ଷାଙ୍କ ବାଇକ ରେସିଂ ପ୍ରତି ଆଗ୍ରହ ଥିଲା ସେଥିପାଇଁ ସେ ୨୦୦୯  ଏସିଆ ରେସିଂ ଚାମ୍ପିୟନସିପ୍ ରେ ଭାଗ ନେଇଥିଲେ। ବାଇକ ରେସିଂ ପ୍ରତି ତାଙ୍କର ଇଚ୍ଛାଥିବାରୁ ବିଭିନ୍ନ ବାଇକ ରେସିଂ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି ପ୍ରତୀକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.