ଯାଜପୁରରେ ୨୪ତମ ରାଜ୍ୟ ଯୁବମହୋତ୍ସବ ଉଦଘାଟିତ

Published By : Prameya-News7 Bureau | November 17, 2018 IST

ଯାଜପୁର ୧୭/୧୧: ଯାଜପୁର ଜିଲ୍ଲାରେ  ୨୪ତମ ରାଜ୍ୟ ସ୍ତରୀୟ ଯୁବମହୋତ୍ସବ ଯାଜପୁର ବାଳାଶ୍ରମ ପଡିଆଠାରେ ଉଦଘାଟିତ ହୋଇଯାଇଅଛି । ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୨୫୦୦୦ରୁ ଅଧିକ ଯୁବ ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି । ଏହି ମହୋତ୍ସବ ୪ ଦିନ ଧରି ଚାଲିବାକୁ ଥିବାବେଳେ ଆସନ୍ତା ୧୮ ତାରିଖ ଦିନ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଛି ୨୪ ତମ ରାଜ୍ୟସ୍ତରୀୟ ଯୁବମହୋତ୍ସବର ଉଦଘାଟନୀ ଶୋଭାଯାତ୍ରାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ,ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ବ୍ରଜଗୋପାଳ ଆଚାର୍ଯ୍ୟ ,ରାଜ୍ୟ କ୍ରୀଡା ଓ ଯୁବ ବିଭାଗ ଅଧିକାରୀ ନିବେଦିତା ଆଚାର୍ଯ୍ୟ ,ହରେଶ ମିଶ୍ର ପ୍ରମୁଖ ଯୋଗଦାନ ଦେଇ ରାଜ୍ୟରୁ ଆସିଥିବା ସମସ୍ତ ଯୁବ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାକୁ ଯାଜପୁର ସାଂସଦା ଶ୍ରୀମତୀ ରୀତା ତରାଇ ଉଦଘାଟନ କରିଥିଲେ  । ଯାଜପୁରରେ ଉଦଘାଟିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଯୁବମହୋତ୍ସବ । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରାଜଙ୍କ ଠାରୁ ଆଜ୍ଞାମାଳ ଅଣାଯିବାପରେ ଏକ ବିରାଟ ଶୋଭାଯାତ୍ରା ଯୁବମହୋତ୍ସବ ସ୍ଥଳ ବୈତରଣୀ ନଦୀକୂଳ ସ୍ଥିତ ବାଳଶ୍ରମ ପଡିଆ ନିକଟକୁ ଆସିଥିଲା । ଏହି ଶୋଭାଯାତ୍ରାରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୨୫୦୦୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଛନ୍ତି । ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକକଳା ପ୍ରଦଶିତ କରାଯାଇଛି । ଆସିଥିବା କଳାକାର ନିଜ ନିଜର କଳାକୁ ଦେଖାଇବା ପାଇଁ ଉତ୍ସାହିତ ଥିବାବେଳେ ନିଜକୁ ଗର୍ବ ବୋଲି ମନେ କରିଛନ୍ତି । ଅନେକ କଳାକାର ନିଜର କଳାକୁ ପ୍ରଦର୍ଶିତ କରିବାପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ମହୋତ୍ସବ ଆସନ୍ତା ୩ ଦିନଧରି ଚାଲିବ । ଏହି ଯୁବ ମହୋତ୍ସବରେ ବ୍ଲକ ସ୍ତରରୁ ଆସି ରାଜ୍ୟ ସ୍ତରରେ ପହଞ୍ଚିଥିବା କ୍ରୀଡାବୀତମାନେ ନିଜନିଜର ଦକ୍ଷତା ପ୍ରତିପାଦନ କରି ଏହି ମଞ୍ଚରେ ପୁରସ୍କୃତ ହେବେ ।  ଆଗାମୀ ୨୦୨୦ରେ ଦେଶସ୍ତରୀୟ ଯୁବ କ୍ରିଡା ମହୋତ୍ସବ କରିବାପାଇଁ ଜିଲ୍ଲା ପ୍ରଶାସନ  ଆଶାରଖିଛି । ଏଥିପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଯୁବକ୍ରୀଡା ମହୋତ୍ସବକୁ ସରସ ସୁନ୍ଦର କରିବାପାଇଁ ସମସ୍ତ ଚେଷ୍ଟା ଜାରି ରଖିଛି। ଯଦି ଏହା ଫଳପ୍ରଦ ହୁଏ ଜିଲ୍ଲା ପ୍ରଶାସନ  ରାଜ୍ୟ ସ୍ତରରେ ଗୌରବାନୀତ ହେବବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.