କରୋନାର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଦେଶରେ ଗତ ୨୪ଘଣ୍ଟାରେ ୨୪୭୧୨ କୋଭିଡ଼ ସଂକ୍ରମିତ ଚିହ୍ନଟ
24/12/2020 at 10:30 AM

ନୂଆଦିଲ୍ଲୀ ୨୪।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବୁଧବାର ଦିନ ୨୩,୯୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ରହିଛି ।
India records 24,712 new COVID-19 cases, 29,791 recoveries, and 312 deaths in the last 24 hours, as per Union Health Ministry
— ANI (@ANI) December 24, 2020
Total cases: 1,01,23,778
Active cases: 2,83,849
Total recoveries: 96,93,173
Death toll: 1,46,756 pic.twitter.com/Azt7FlUWT7
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୨୩,୭୭୮ରେ ପହଞ୍ଚିଛି । ସେହିପରି ମୋଟ ମୃତକଙ୍କ ସଂଖ୍ୟା ମୋଟ ୧,୪୬,୭୫୬ରେ ପହଞ୍ଚିଛି ।
ଦେଶରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍ ହୋଇଛି । ଦେଶରେ ହତ ୨୪ଘଣ୍ଟାରେ ୨୯,୭୯୧ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬,୯୩,୧୭୩ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାର ଆକ୍ଟିଭ କେସ୍ ୨,୮୩,୮୪୯ରେ ରହିଛି ।