Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଯବାନଙ୍କୁ ସଲାମ୍: ତୁଷାରପାତ, ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ, ଫସିଥିବା ୨୪୪ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଯବାନ

23/04/2021 at 12:14 PM

ଶିମଲା ୨୩/୦୪ : ହିମାଚଳ ପ୍ରଦେଶ ଲାହୌଲ ସ୍ପିତିରେ ମାଇନସ ୨୫ ଡିଗ୍ରୀ ତାପମାତ୍ରାରେ ୧୬ ହଜାର ୪୫୦ ଫୁଟ ଉଚ୍ଚତାରେ ୩୫ ଘଣ୍ଟାର ଅପରେସନ ପରେ ବରଫ ପାତରେ ଫସି ରହିଥିବା ୨୪୪ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଜିଲ୍ଲା ଡେପୁଟି କମିଶନର ପଙ୍କଜ ରାୟ କହିଛନ୍ତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଏପ୍ରିଲ ୨୦ ତାରିଖରେ ଏକ ସଂଯୁକ୍ତ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନ ପାଖାପାଖି ୩୫ ଘଣ୍ଟା ଚାଲିଥିଲା। ଏହି ଅପରେସନରେ ଜିଲ୍ଲା ପ୍ରଶାସନ ସହ ପୋଲିସ ଓ ସୀମା ସଡକ ସଂଗଠନ ୭୦ ଆରସିସି ଗ୍ରେଫ ଅଧିକାରୀ ଓ ଯବାନ ଉପସ୍ଥିତ ଥିଲେ। 

୨୨ ତାରିଖ ଭୋର ପ୍ରାୟ ୩ଟା ଯାଏଁ ଅପରେସନ ଚାଲିଥିଲା। ମାଇନସ୍ ୨୫ ଡିଗ୍ରୀର ହାଡଭଙ୍ଗା ଥଣ୍ଡାରେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜୁଟିଥିଲେ। ଅପରେସନରେ ୨୪୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୧୪୭ ଜଣଙ୍କୁ ୨୦ ତାରିଖରେ ବାରାଲାଚା ଲା ଦର୍ରେରୁ ଜିପ୍ସା ଆଡକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଜିଲ୍ଲା ପ୍ରଶାସନ ଏମାନଙ୍କ ରହିବ ଓ ଭୋଜନ ବ୍ୟବସ୍ଥା କରିଛନ୍ତି। ଲାହୌଲ ସ୍ପିତି ଜିଲ୍ଲାରେ ହଠାତ ହୋଇଥିବା ତୁଷାର ପାତ ଯୋଗୁଁ ବାରାଲାଚା ଲା ଦର୍ରେରେ ଅନେକ ଯାତ୍ରୀ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଭୀଷଣ ତୁଷାରପାତ, ବରଫପାତ ଯୋଗୁଁ ଅସ୍ପଷ୍ଟ ଦୃଶ୍ୟମାନ ଓ ବରଫରେ ଖସି ଯାଉଥିବାରୁ ଉଦ୍ଧାରକାର୍ଯ୍ୟ ୨୦ ଓ ୨୧ ତାରିଖ ରାତିରେ ସଫଳ ହୋଇନଥିଲା।

୨୧ ଓ ୨୨ ମଧ୍ୟ ରାତ୍ରି ଯାଏଁ ଚାଲିଥିବା ଅଭିଯାନରେ ୨୨ ତାରିଖ ଭୋର ୩ଟା ଯାଏଁ, ପୁରା ରାତି ଅପରେସନ ପରେ ୮୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ଦୁଇ ମହିଳା ଓ ୩ ଶିଶୁ ଥିଲେ। ଉଦ୍ଧାର ପରେ ଏମାନଙ୍କୁ ସୁରକ୍ଷିତ ଜିଙ୍ଗଜିଙ୍ଗ ବାର ଡେଟ ଅଣାଯାଇଥିଲା।

   Related Posts