Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ ଦ୍ୱିତୀୟ ଲହରରେ ଏଯାବତ୍ ୨୪୪ ଡାକ୍ତରଙ୍କ ଜୀବନ ନେଲାଣି ମହାମାରୀ : IMA

17/05/2021 at 2:52 PM

ନୂଆଦିଲ୍ଲୀ ୧୭/୫ : କରୋନାର ୨ୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ମହାମାରୀ ସଂକ୍ରମଣ ହେତୁ ସାରା ଦେଶରେ ମୋଟ ୨୪୪ ଡାକ୍ତର ପ୍ରାଣ ହରାଇଛନ୍ତି । ଏମିତି ସୂଚନା ଦେଇଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ବା ଆଇଏମ୍ଏ । IMA ର ଆକଳନ ଅନୁଯାୟୀ ମୋଟ ୨୮ ଜଣ ମହିଳା ଡାକ୍ତର ପ୍ରାଣ ହରାଇଥିବାବେଳେ କରୋନା ସଂକ୍ରମଣ ହେତୁ ୨୧୬ ପୁରୁଷ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

କେବଳ ଏତିକି ନୁହେଁ, ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ବିହାରରେ ୪୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ଭାରତୀୟ ମେଡିକାଲ ଆସୋସିଏସନର ଜାତୀୟ ସଭାପତି ଡ। ଜୟଲାଲ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ସମୁଦାୟ ୨୪୪ ଡାକ୍ତର ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ବିହାରରେ ଅଧିକାଂଶ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଉତ୍ତରପ୍ରଦେଶ ଦିଲ୍ଲୀରେ ମଧ୍ୟ ଅନେକ ଡାକ୍ତରଙ୍କ ହୋଇଛି ମୃତ୍ୟୁ ।

ଗତ ବର୍ଷ ଏହି ମହାମାରୀରେ ମୋଟ ୭୫୬ ଡାକ୍ତର ପ୍ରାଣ ହରାଇଥିଲେ । ମହାମାରୀରେ ୩୦ ରୁ ୫୫ ବର୍ଷ ବୟସର ଡାକ୍ତରମାନେ ପ୍ରାଣ ହରାଇଛନ୍ତି । ଯଦିଓ ବୃଦ୍ଧ ଡାକ୍ତରମାନେ ମଧ୍ୟ ଏଥିରେ ଜଡିତ ଅଛନ୍ତି, କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁବ ଡାକ୍ତରଙ୍କ ଜୀବନ ଅଧିକ ଯାଇଛି । ତେବେ ଏହି ବର୍ଷ ୩ ରୁ ୪ ଗର୍ଭବତୀ ଡାକ୍ତର ମଧ୍ୟ ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

   Related Posts