ଦେଶରେ ଗତ ୨୪ ଘଣ୍ଟାରେ ୨୪୩୩୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେଣି ୯୬ଲକ୍ଷ ଆକ୍ରାନ୍ତ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨ : ଭାରତରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବୃଦ୍ଧି  ଓ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୨୪,୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ୨୬,୬୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଏବେ ୯୬ ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ସାରିଲେଣି । ଲଗାତର ଭାବେ କରୋନା ଆକ୍ଟିଭ୍ କେସ୍‌ ୪ଲକ୍ଷ ତଳେ ରହିଛି ।   

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୨୪,୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୩ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୦,୫୫,୫୬୦ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୧,୪୫,୮୧୦ରେ ପହଁଞ୍ଚିଛି । ସେପଟେ ଗତ ୨୪ଘଣ୍ଟାରେ ୨୫,୭୦୯ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାଦ୍ୱାରା ଦେଶରେ ବର୍ତ୍ତମାନ ଯାଏଁ ୯୬,୦୬,୧୧୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

wp:html /wp:html

ତେବେ ଦେଶରେ ଲଗାତର ଭାବେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ତଳେ ରହିଛି । ଏବେ ଯାଏଁ ଦେଶରେ କରୋନା ଭାଇରସର ଆକ୍ଟିଭ୍‌ କେସ୍‌ ୩,୦୩,୬୩୯ ରହିଛି । ବର୍ତ୍ତମାନ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୫ ପ୍ରତିଶତରୁ ଅଧିକ ରହିଛି । ଲଗାତର ଭାବେ କରୋନା ଲଢେଇରେ ଭାରତ ଦୃଢତାର ସହିତ ଲଢିଚାଲିଛି ।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ,  ସାରା ଦେଶରେ କରୋନା ମାମଲା କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ । ଏହାମଧ୍ୟରେ ଆସନ୍ତା ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.