Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଏ ହେଉଛନ୍ତି କେରଳର ‘ବାହୁବଳୀ’ ପ୍ରାର୍ଥୀ : ତାଙ୍କ ବିରୋଧରେ ରହିଛି ୨୪୨ ଅପରାଧିକ ମାମଲା

21/04/2019 at 4:01 PM

ପତନମଥିଟ୍ଟା ୨୧/୪ : ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ରେକର୍ଡ ନିର୍ବାଚନ ଆୟୋଗଙ୍କୁ ଦେବାକୁ ହୋଇଥାଏ | ଚଳିତ ଲୋକସଭା ନିର୍ବାଚନରେ ଏମିତି ଜଣେ ପ୍ରାର୍ଥୀ ଅଛନ୍ତି ଯାହା ବିରୋଧରେ ୧୦ କି ୨୦ ନୁହେଁ ବରଂ ୨୪୨ ଅପରାଧିକ ମାମଲା ରହିଛି | ଏଠି ମଧ୍ୟରୁ ୨୨୨ ମାମଲା ୨ ଦିନରେ ରୁଜ୍ଜୁ ହୋଇଥିଲା |


କେରଳର ପତନମଥିଟ୍ଟା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୁରେନ୍ଦ୍ରନ ନିର୍ବାଚନ ଲଢ଼ୁଛନ୍ତି | ଆସନ୍ତା ୨୩ ତାରିଖରେ ଏଠାରେ ମତଦାନ ହେବ | ସୁରେନ୍ଦ୍ରନ ଟିଭି ଏବଂ ଖବରକାଗଜରେ ନିଜ ବିରୋଧରେ ଥିବା ୨୪୨ ମାମଲା ସମ୍ପର୍କରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା | ଏହି ଖବର ଜନ୍ମଭୂମି ଖବରକାଗଜରେ ପ୍ରକାଶିତ ହୋଇଥିଲା | ଟିଭିରେ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା | ମାମଲାର ସୂଚନା ଦେବା ପାଇଁ ଖବରକାଗଜର ୪ଟି ସମ୍ପୂର୍ଣ ପୃଷ୍ଠା ବ୍ୟବହାର କରାଯାଇଥିଲା | ଟିଭି ବିଜ୍ଞାପନ ପାଇଁ ୬୦ ସେକେଣ୍ଡ ସମୟ ଲାଗିଥାଏ | ଅନ୍ୟ ପ୍ରାର୍ଥୀଙ୍କୁ ଟିଭିରେ ବିଜ୍ଞାପନ ପାଇଁ ୭ ସେକେଣ୍ଡ ଲାଗିଥିଲା | ଯଦି ଅନ୍ୟ କୌଣସି ଟିଭି ଚାନେଲ କିମ୍ବା ଖବରକାଗଜରେ ଏହି ବିଜ୍ଞାପନ ପ୍ରକାଶିତ ହୋଇଥାନ୍ତା ତାହେଲେ ତାର ମୂଲ୍ୟ ହୋଇଥାନ୍ତା ୬୦ ଲକ୍ଷ ଟଙ୍କା |


ସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁସାରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୩ଥର ଇଲେକ୍ଟ୍ରୋନିକ ଏବଂ ପ୍ରିଣ୍ଟ ମିଡ଼ିଆରେ ନିଜର ଅପରାଧିକ ମାମଲାର ସୂଚନା ଦେବା ଅନିବାର୍ଯ୍ୟ |


ସୁରେନ୍ଦ୍ରନଙ୍କ ନାଁ ସାଵରୀମାଳା ଆନ୍ଦୋଳନ ପରେ ଚର୍ଚ୍ଚାକୁ ଆସିଥିଲା | ଆନ୍ଦୋଳନ ବେଳେ ସୁରେନ୍ଦ୍ରନଙ୍କୁ ୨୨ ଦିନ ପର୍ଯ୍ୟନ୍ତ ଜେଲରେ ରଖାଯାଇଥିଲା | ସୁରେନ୍ଦ୍ରନଙ୍କ ବିରୋଧରେ ଜାନୁଆରୀ ୨ ଓ ୩ ତାରିଖରେ ୨୨୨ ମାମଲା ରୁଜ୍ଜୁ ହୋଇଥିଲା | ଏହି ସବୁ ମାମଲା ଥିରୁଅନନ୍ତପୁରମ, କାସରଗଡ଼ ଏବଂ ପତନମଥିଟ୍ଟା ଥାନାରେ ରୁଜ୍ଜୁ ହୋଇଥିଲା |
ନାମାଙ୍କନ ପତ୍ରରେ ମଧ୍ୟ ସୁରେନ୍ଦ୍ରନ ୧୬୪ ମାମଲାର ତଥ୍ୟ ଦେଇଛନ୍ତି | ଏହି ସମସ୍ତ ମାମଲା ପେଣ୍ଡିଙ୍ଗ ରହିଛି |


ପତନମଥିଟ୍ଟା ଲୋକସଭା କ୍ଷେତ୍ର କେରଳର ମଧ୍ୟ ତ୍ରାବଣକୋର ଅଂଚଳ ଅନ୍ତର୍ଭୁକ୍ତ | ପତନମଥିଟ୍ଟା ଜିଲ୍ଲାରେ ହିଁ ପ୍ରସିଦ୍ଧ ସାଵରୀମାଳା ମନ୍ଦିର ରହିଛି | ମନ୍ଦିର ମଧ୍ୟକୁ ମହିଳା ପ୍ରବେଶ କରିପାରିବ ନେଇ ସୁପ୍ରିମକୋର୍ଟ ଆଦେଶ ଦେବାପରେ ପରିସ୍ଥିତି ଭୟାବହ ହୋଇଥିଲା |

   Related Posts