Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନାର ଦୈନିକ ସଂକ୍ରମଣରେ ହ୍ରାସ, ଗତ ୨୪ଘଣ୍ଟାରେ ୨୪୦୧୦ କୋଭିଡ଼ ସଂକ୍ରମିତ ଚିହ୍ନଟ

17/12/2020 at 11:24 AM

ନୂଆଦିଲ୍ଲୀ ୧୭।୧୨ : ଭାରତରେ ଲଗାତର ଭାବେ କରୋନା ଭାଇରସର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ତୁଳନାରେ ଗୁରୁବାର ଦିନ କରୋନାର ଦୈନିକି କରୋନା ସଂକ୍ରମଣ ସଂଖ୍ୟା କମିଛି । ବୁଧବାର ଦିନ ୨୬,୩୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୨୪,୧୦୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏବେ ୯୯.୫୬ଲକ୍ଷ ପାର୍‌ ହୋଇଥିବା ବେଳେ ୯୪,୮୯ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୨୪,୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ୯୯,୫୬,୫୫୮ କରୋନା ସଂକ୍ରମିତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇସାରିଲେଣି । ସେପଟେ ଦେଶରେ ଏବେ ଯାଏଁ ୧,୪୪,୪୫୧ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିସାରିଛନ୍ତି ।

ଦେଶରେ ଏବେ ଯାଏଁ ୯୪,୮୯,୭୪୦ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରିପୋର୍ଟ ଅନୁସାରେ ଦେଶରେ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ପ୍ରତିଶତ ୯୫,୨୧ରେ ରହିଛି ।  ସେହିପରି ୧.୪୫ ପ୍ରତିଶତ ମୃତ୍ୟୁ ହାର ରହିଛି । ସେହିପରି ଲଗାତର ୧୦ଦିନ ଭିତରେ ଆକ୍ଟିଭ୍ କେସ୍‌ ୪ଲକ୍ଷ ତଳେ ରହିଛି । ଦେଶରେ ଏବେ ଆକ୍ଟିଭ୍ କେସ୍‌ ୩,୨୨,୩୬୬ ହିଛି ।

   Related Posts