Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ବନ୍ୟା କ୍ଷତିଗ୍ରସ୍ତ କେରଳକୁ ସହାୟତାର ହାତ ବଢ଼ାଇଛନ୍ତି ଓଡିଶା ସରକାର

18/08/2018 at 6:22 AM

କେରଳ ୧୮/୮ : ବନ୍ୟା କ୍ଷତିଗ୍ରସ୍ତ କେରଳକୁ ସହାୟତାର ହାତ ବଢ଼ାଇଛନ୍ତି ଓଡିଶା ସରକାର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ଉଦ୍ଧାର ଓ ସହାୟତା ପାଇଁ କେରଳ ଅଭିମୁଖେ ବାହାରିଛନ୍ତି | ଏହି ଟିମରେ ୨୪୦ ଜଣ କର୍ମଚାରୀ ରହିଛନ୍ତି | ଏହି ଟିମ ୭୫ ଟି ପାୱାର ବୋଟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ସହ କେରଳ ଯାଉଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଏହି ସ୍ୱତନ୍ତ ଉଦ୍ଧାରକାରୀ ଦଳ କେରଳ ଗସ୍ତରେ ବାହାରିଛନ୍ତି | ଗତକାଲିଠୁ କଟକରୁ ମଧ୍ୟ ଏକ ଏନଡିଆରଏଫ ଟିମ କେରଳ ଯାଇଛି | କେରଳ ବନ୍ୟାରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ | କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ୧୩୦ ଜଣ ଓଡ଼ିଆ ଶ୍ରମଜୀବୀ ଫସିରହିଛନ୍ତି | ସେମାନଙ୍କ ମଧ୍ୟରୁ ୬୦ ଜଣ ପୁରୀ ଜିଲ୍ଲାର ଜଣାପଡିଛି | ଏହା ବ୍ୟତୀତ ଫୁଲବାଣୀର ୪୦ ଜଣ ଓ କଟକ ଜିଲ୍ଲାର ବିଭିନ୍ନ ଅଂଚଳରୁ ୩୦ ଜଣ ଅଛନ୍ତି | ଖାଦ୍ୟ ପାନୀୟ ସଙ୍କଟ ଯୋଗୁଁ ସେମାନେ ଅନିଶ୍ଚିତତା ଭିତରେ ରହିଥିବା ଜଣାପଡିଛି | ସେମାନଙ୍କ ପାଖରେ କୌଣସି ସହାୟତା ପହଂଚିନଥିବା ଜଣାଯାଇଛି | ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଅନିଲ ସେଠୀ ନାମକ ଜଣେ ଯୁବକ ଏସଓଏସ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି | ସେଥିପାଇଁ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି |
କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି । ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏବେ ୧୫ଶହ୬୮ଟି ଆଶ୍ରୟସ୍ଥଳରେ ରହିଛନ୍ତି । ରାଜ୍ୟରେ ଏବେ ସମୁଦାୟ ୮୦ଟି ଡ୍ୟାମ୍ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ସ୍ଥିତି ସମୀକ୍ଷା ପାଇଁ କେରଳରେ ଯାଇ ପହଞ୍ଚିଛନ୍ତି । ଆଜି ବନ୍ୟାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିବେ । ୧୬ଟି ସ୍ଥଳ ସେନା ଦଳ, ୨୮ଟି ନୌସେନା ଦଳ ଏବଂ ୩୯ଟି ଏନଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଏନଡିଆରଏଫ୍ ଦ୍ୱାରା ଏପର୍ଯ୍ୟନ୍ତ ୪୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଚଳିତ ବର୍ଷା ଋତୁରେ ସମୁଦାୟ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଘୋଷଣା କରିଛନ୍ତି । ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ କୋଚି ବିମାନବନ୍ଦର ବନ୍ଦ କରି ଦିଆଯାଇଛି । ପ୍ରସିଦ୍ଧ ହିଲ୍ ଷ୍ଟେସନ୍ ମୁନ୍ନାର ଗତ ଗୁରୁବାର ରାତିରେ ୧୨୭ ମିମି ବର୍ଷାଜଳ ଗ୍ରହଣ କରି ବାହ୍ୟ ଜଗତରୁ ବିଚ୍ଛିନ ହୋଇପଡ଼ିଛି । ରାଜ୍ୟର ଅର୍ଦ୍ଧାଧିକ ସହର ଓ ଗାଁଗୁଡ଼ିକ ଏବେ ଜଳମଗ୍ନ ହୋଇଯାଇଛି । ପେରିୟାର ନଦୀରୁ ବନ୍ୟାଜଳ ଏବେ ଏର୍ନାକୁଲମ୍ ଏବଂ ଥ୍ରିସୁର୍ ର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି । ଆଲାପୁଝା, ଏର୍ନାକୁଲମ୍ , ଥ୍ରିସୁରରେ ୭୦ ପ୍ରତିଶତ ରାସ୍ତା ଜଳମଗ୍ନ ହୋଇ ରହିଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି । ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବାରୁ ନୌସେନା ବାହିନୀ ୮ ଲକ୍ଷ ଲିଟର ଜଳ କୋଚିରେ ପହଞ୍ଚାଇଛି । ରେଡ୍ ଆଲର୍ଟ କରାଯାଇଥିବା ୧୪ଟି ଜିଲ୍ଲାରୁ ଏବେ ୨ଟି ଜିଲ୍ଲାରୁ ଆଲର୍ଟ ଉଠାଇ ନିଆଯାଇଛି ।ଡାକ୍ତରଖାନାରେ ଅକ୍ସିଜେନ୍ ଏବଂ ପମ୍ପ ଷ୍ଟେସନରେ ପେଟ୍ରୋଲ୍, ଡିଜେଲ୍ ଅଭାବ ଦେଖାଦେଲାଣି । ସେନା, ଅର୍ଦ୍ଧସାମରିକ ବାହିନୀ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଉଦ୍ଧାର କାମରେ ଲାଗିଛନ୍ତି ।

   Related Posts