Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ଟିକେ ପରେ ଆସୁଛି କହି ଘରୁ ଯାଇଥିଲେ : ୨୪ଦିନ ପରେ ମିଳିଲା ବ୍ୟାଙ୍କରୁ ଯୁବକଙ୍କ କଙ୍କାଳ

25/10/2020 at 2:27 PM

ବଦରପୁର ୨୫/୧୦: ବଦରପୁର ଥାନା ଅଞ୍ଚଳରେ ନିଖୋଜ ହୋଇଥିବା ୨୪ବର୍ଷ ବୟସ୍କ ଯୁବକଙ୍କ ଶବ ୨୪ଦିନ ପରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଶବ ଏତେ ଦିନ ଝୁଲି ରହିବା କାରଣରୁ କଙ୍କାଳ ହୋଇ ଯାଇଥିଲା। ମୃତକଙ୍କ ନାଁ ସାହିଲ ବୋଲି ଜଣାପଡ଼ିଛି। ସେ ନିଜ ପରିବାର ସହ ବଦରପୁରରେ ରହୁଥିଲେ ଏବଂ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ।

ପୋଲିସର କହିବା ଅନୁସାରେ ସେପ୍ଟେମ୍ବର ୨୮ତାରିଖ ସନ୍ଧ୍ୟା ପାଖାପାଖି ୫ଟାରେ ସାହିଲ ନିଜ ପରିବାର ଲୋକଙ୍କୁ କହି ଯାଇଥିଲେ ଯେ ସେ ଅଳ୍ପ ସମୟ ପରେ ଫେରି ଆସିବେ,କିନ୍ତୁ କିଛି ସମୟ ପରେ ସେ ଆଉ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ କିଛି ସୁରାକ ମିଳିନଥିଲା। ଏହା ପରେ ବଦରପୁର ଥାନାରେ ମାମଲା ରୁଜୁ କରାଯାଇଥିଲା।

ବ୍ୟାଙ୍କର ଡିଶ୍ ଖରାପ ହେବାରୁ ଅକ୍ଟୋବର ୨୧ରେ ବ୍ୟାଙ୍କ୍ କର୍ମଚାରୀ ଛାତ ଉପରକୁ ଯାଇଥିଲେ। ସେତେବେଳେ ସେମାନେ ରୁମରେ ସାହିଲଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ସାହିଲଙ୍କ ଘର ବ୍ୟାଙ୍କ୍ ପାଖରେ ହିଁ ଥିଲା। ସେତେବେଳେ ତାଙ୍କ ପରିଚୟ ମିଳିନଥିଲା। ପୋଲିସକୁ କଲ୍ କରାଯାଇଥିଲା।

ଏହା ପରେ ପୋଲିସ୍ ସେପ୍ଟେମ୍ବର ୨୮ତାରିଖରେ ନିଖୋଜ ସାହିଲଙ୍କ ପରିବାର ଲୋକଙ୍କୁ ତାଙ୍କୁ ଚିହ୍ନିବାକୁ ଡାକିଥିଲେ। ତାଙ୍କ ଶରୀର କଙ୍କାଳ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ତାଙ୍କ ପୋଷାକରୁ ଚିହ୍ନଟ କରିଥିଲେ। ପୋଲିସକୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ।

   Related Posts