Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ମଧ୍ୟ ପ୍ରଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଭୟ: ବୋତ୍ସଭାନାରୁ ଜବଲପୁର ଆସିଥିବା ମହିଳାଙ୍କର ମିଳୁନି ପତ୍ତା

29/11/2021 at 5:31 PM

ଭୋପାଲ ୨୯/୧୧ : ବିଶ୍ୱର ଅନେକ ଦେଶ ସହ ବର୍ତ୍ତମାନ ମଧ୍ୟ ପ୍ରଦେଶରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ବିପଦ ରହିଛି। ଆଫ୍ରିକାର ବୋତ୍ସଭାନାରୁ ଜବଲପୁର ଆସିଥିବା ଜଣେ ମହିଳାଙ୍କର ଟ୍ରେସିଙ୍ଗ ହୋଇପାରୁନଥିବାରୁ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଆଫ୍ରିକୀୟ ଦେଶ ବୋତ୍ସଭାନାର ଜଣେ ମହିଳା ଜବଲପୁର ଆସିବା ପରେ ନିଖୋଜ ଅଛନ୍ତି। ୨୪ ବର୍ଷୀୟ ଖୁମୋ ଓରିମେଟ ସେଲିନ ନାମକ ଏହି ମହିଳା ନଭେମ୍ବର ୧୮ ତାରିଖରେ ଦିଲ୍ଲୀ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନରେ ଜବଲପୁର ଆସିଥିଲେ।  

ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଅଧିକାରୀ ମହିଳାଙ୍କୁ ଖୋଜୁଛନ୍ତି। ଏୟାର ଇଣ୍ଡିଆ ମହିଳାଙ୍କ ସମ୍ପର୍କରେ ତଥ୍ୟ ମାଗିବା ପରେ ମାମଲାର ଖୁଲାସା ହୋଇଛି। ଏହାସହ ଏହି ବିମାନରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ରେକର୍ଡ ସଂଗ୍ରହ କରାଯାଉଛି।

ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଛି ଯେ ନଭେମ୍ବର ୧୮ ତାରିଖରେ ବୋତ୍ସଭାନାର ଜଣେ ମହିଳା ଜବଲପୁର ଆସିଛନ୍ତି। ଏହାପରେ ତାଙ୍କୁ ଖୋଜିବାକୁ ସ୍ୱାସ୍ଥ୍ୟ ବିଭାଗ ସହରର ସମସ୍ତ ହୋଟେଲ ଓ ଗେଷ୍ଟହାଉସରେ ଖୋଜିଥିଲା କିନ୍ତୁ ତାଙ୍କର ଏବେ ଯାଏଁ କିଛି ପତ୍ତା ମିଳିନାହିଁ। ପ୍ରଶାସନ ମହିଳାଙ୍କୁ ଖୋଜିବାକୁ ହେଲ୍ପଲାଇନ ମଧ୍ୟ ଜାରି କରିଛି। ମହିଳାଙ୍କ ସମ୍ପର୍କରେ କେହି ଜାଣିଥିଲେ, ଡ. ପ୍ରିୟଙ୍କ ଦୁବେ- 9111007776, ଡ. ବିଭୋର ହଜାରୀ- 9039095222 ଏବଂ ଡ. ବିବେକ ଠାକୁର- 8962548384 ଙ୍କୁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି।

   Related Posts