ମାଲକାନଗିରି (ରଞ୍ଜିତ ସାହା )୧୮|୧୦: ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ ୧୩ ବର୍ଷ ଶଯ୍ୟାଶାଇ ହୋଇ ପଡିରହିଛି ଜଣେ ଆଦିବାସୀ ଯୁବତୀ । ପରିବାରର ଆର୍ଥିକ ଅବସ୍ତା ଭଲ ନଥିବାରୁ ବାଲ୍ୟ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଏହି ଯୁବତୀ । ପରିବାର ଲୋକେ ଏକ ମାତ୍ର ଝିଅର ଉତ୍ତମ ଚିକିତ୍ସା ନିମନ୍ତେ ସର୍ବଶ୍ବାନ୍ତ ହୋଇ ପଡିଥିବା ବେଳେ ରୋଗିଣା ଝିଅ ଏବେ ଅସହାୟ ହୋଇ ଶେଷରେ ଇଛା ମୃତ୍ୟୁ ନିମନ୍ତେ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ।
{"id":171310} {"id":171311}'ମୁଁ ଆଉ ବଞ୍ଚିବାକୁ ଚାହୁ ନାହିଁ, ମତେ ମରିବାକୁ ଅନୁମତି ଦିଅନ୍ତୁ' । ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ଏକ କୋହ ଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲାର ରୋଗାକ୍ରାନ୍ତ ଏହି ଆଦିବାସୀ ଝିଅ । କହାରିକି କିଛି କହିପାରୁ ନାହାନ୍ତି । କେବଳ ଆଖିରୁ ଲୁହ ଗଡାଇ ଗଡାଇ ବିତିଯାଇଛି ଦୀର୍ଘ ୧୩ ବର୍ଷ । ଦୁଃଖ ବଖାଣିବାକୁ ତାଙ୍କ ପାଖରେ ଯେମିତି ଆଉ ଭାଷା ନାହି । ସେଇଥି ପାଇଁ ତ କାଗଜରେ ସବୁବେଳେ କିଛି ଲେଖି ଲେଖି ନିଜର ଦୁଃଖ ଜଣାଇ ଆସୁଛନ୍ତି ସେ ।
{"id":171312}ତେବେ ତାଙ୍କ କଥା କେହି ନଶୁଣିବାରୁ ଶେଷରେ ମୁଖ୍ୟ ମନ୍ତ୍ରୀଙ୍କୁ ଇଛା ମୃତ୍ୟୁର ଛିଠି ଲେଖିଛନ୍ତି ସେ । ଏମିତି ଏକ ହୃଦୟ ବିଦରକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗୀଗୁଡା ଗ୍ରାମରେ । ନରସିଙ୍ଗ କାଳକୁରା ନିଜର ଦୁଇ ପୁଅ ଓ ଏକମାତ୍ର ଝିଅକୁ ନେଇ ଖୁସିରେ ସଂସାର କରୁଥିଲେ । ହେଲେ ୨୦୦୬ ମସିହାରେ ଝିଅ ଚମ୍ପା ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲା ।
{"id":171313}ଆଉ ସେଦିନ ଠାରୁ ଚମ୍ପାର ସବୁ ସ୍ବପ୍ନ ମାଟିରେ ମିଶିଗଲା । ଜମି ବାଡ଼ି ବିକି ଚିକିତ୍ସା କରାଇଥିଲେ ପରିବାର ଲୋକେ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ଜମିବାଡି ସବୁ ଶେଷ ହେବା ପରେ ଏବେ କେବଳ ଭଗବାନଙ୍କ ଭରଷାରେ ପଡି ରହିଛନ୍ତି ଏହି ଆଦିବାସି ପରିବାର ।
{"id":171314}ଚମ୍ପାଙ୍କ ବୟସ ଏବେ ପ୍ରାୟ ୨୪ ବର୍ଷ । ଏହି ବୟସର ଝିଅମାନେ ଶାଶୂ ଘରକୁ ଯାଇ ସଂସାର କଲେଣି । କିନ୍ତୁ ଚମ୍ପା ଏବେବି ବୁଢ଼ୀ ମା ଉପରେ ନିର୍ଭର କରୁଛନ୍ତି । ଶୋଇବା, ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ଓ ଶୌଚ ପର୍ଯ୍ୟନ୍ତ ସବୁ କାମ ପାଇଁ ଏବେ ସେ ଅନ୍ୟ ଉପରେ ନିର୍ଭରଶୀଳ ।
{"id":171315}ଚମ୍ପାଙ୍କ ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସବୁ ଦିନ ବଞ୍ଚିଥାଇ ବି ମରି ମରି ଜୀଉଁଛନ୍ତି । କେବେ ଚମ୍ପା ହସିବେ, କେବେ ନିଜେ ଚାଲିବେ ତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ହେଲେ ସେ ଅପେକ୍ଷାର ଯେମିତି ଅନ୍ତ ନାହିଁ । ହେଲେ ଅର୍ଥ ଅଭାବ ଯୋଗୁଁ ଉନ୍ନତ ମାନର ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ । ଆର୍ଥିକ ଅନାଟନ ଆଗରେ ପରିବାର ହାର ମାନିଥିବା ବେଳେ ଚମ୍ପାଙ୍କ ଇଛା ମୃତ୍ୟୁର ଅନୁମତି ନିମନ୍ତେ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ।
{"id":171316}କେବେ ସରକାରଙ୍କ ଦୃଷ୍ଟି ପଡିବ ଚମ୍ପାଙ୍କ ଉପରେ । ତେବେ ଚମ୍ପାଂକୁ ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକ ରହିଛି କୌଣସି ଅନୁଷ୍ଠାନ ଯଦି ଚମ୍ପାକୁ ସାହାଯ୍ୟର ହାତ ବଢାଇ ଥାଆନ୍ତେ ତାହା ହେଲେ ଚମ୍ପା ପୁର୍ବ ପରି ସମାଜରେ ପୁଣି ଥରେ ଚାଲି ପାରନ୍ତେ ।
{"id":171317}