ଲୁଡୋ ଖେଳରେ ବାପାଙ୍କ ଠାରୁ ହାରିଲା ଝିଅ, କଥା ଗଲା ଫ୍ୟାମିଲି କୋର୍ଟକୁ, ଝିଅ କହିଲା- ଏବେ ସେ ମୋ ବାପା ନୁହନ୍ତି

Published By : Prameya-News7 Bureau | September 27, 2020 IST

ମଧ୍ୟପ୍ରଦେଶ ୨୭/୦୯: ଖେଳ ବି ବଡ଼ ଅଜବ। ଖେଳ ସମ୍ପର୍କକୁ କେବେ ବିଗାଡି ଦିଏ ପୁଣି କେତେବେଳେ ଯୋଡି ଦିଏ। ହେଲେ ସାଧାରଣ ଲୁଡୋ ଖେଳ ବାପା-ଝିଅ ମଧ୍ୟରେ ଫାଟ ସୃଷ୍ଟି କରିଛି। ଏମିତି ଏକ ଅଜବ ମାମଲା ଆସିଛି ମଧ୍ୟପ୍ରଦେଶରୁ । ୨୪ ବର୍ଷୀୟା ଝିଅ ବାପା ସହ ଲୁଡୁ ଖେଳରେ ହାରିବାରୁ ବାପାଙ୍କ ବିରୋଧରେ ଭୋପାଲ ଫ୍ୟାମିଲ କୋର୍ଟର ଦ୍ବାରସ୍ଥ ହୋଇଛି। ଝିଅର ଅଭିଯୋଗ ଯେ ବାପା ତାଙ୍କୁ ଲୁଡୋ ଖେଳରେ ଧୋକା ଦେଇଛନ୍ତି। ଖେଳରେ ବାପା ଚିଟିଂ କରିବାରୁ ଝିଅକୁ ଏମିତି ଝଟକା ଲାଗିଛି ଯେ ଏବେ ସେ ନିଜ ବାପାକୁ ବାପା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି।

ଏହି ମାମଲାରେ କୋର୍ଟ କାଉନସିଲର ସରିତା ରାଜାନୀ କହିଛନ୍ତି, ଯୁବତୀଙ୍କ ତାଙ୍କ ବାପାଙ୍କ ଉପରେ ଏତେ ଭରସା ଥିଲା ହେଲେ ସେ ଧୋକ୍କା ଦେବେ ବୋଲି କେବେ ଭାବି ନ ଥିଲେ। ଏବେ ତାଙ୍କୁ ଚାରିଥର କାଉନସିଲିଂ କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1309892526359212033","type":"rich","providerNameSlug":"twitter","className":""}
https://twitter.com/ANI/status/1309892526359212033
/wp:core-embed/twitter

କାଉନସିଲର ସରିତା କହିଛନ୍ତି ଯୁବତୀଙ୍କ କହିବା କଥା ଏବେ ତାଙ୍କ ବାପାଙ୍କ ପାଇଁ ତାଙ୍କ ମନରେ କୌଣସି ସମ୍ମାନ ନାହିଁ। କାରଣ ସେ ତାଙ୍କୁ ଲୁଡୋ ଖେଳରେ ହରାଇଛନ୍ତି। ଯୁବତୀଙ୍କୁ ଲାଗିଥିଲା ତାଙ୍କ ବାପା ଝିଅର ଖୁସି ପାଇଁ ଖେଳ ହରିପାରିଥାନ୍ତେ। ଚାରିଟି କାଉନିସିଲିଂ ପରେ ମଧ୍ୟ ଯୁବତୀଙ୍କ ମନରେ କିଛି ବି ପରିବର୍ତନ ଆସିପାରି ନାହିଁ। ତେବେ ଆଜି (ରବିବାର) ତାଙ୍କ ବାପାଙ୍କୁ କାଉନସିଲିଂ ପାଇଁ ଡକାଯିବ।

ଫ୍ୟାମିଲି କୋର୍ଟ କାଉନସିଲର ସରିତାଙ୍କ ଅନୁସାରେ ବାପାଙ୍କ ଠାରୁ ଲୁଡୋ ଖେଳ ହାରିବାରୁ ଝିଅକୁ ଗଭୀର ମାନସିକ ଆଘାତ ଲାଗିଛି। ଯାହା ପାଇଁ ସେ ଅବସାଦକୁ ଗତି କରିଛନ୍ତି। ଏ କାରଣରୁ ତାଙ୍କ ବାପାଙ୍କର କାଉନସିଲିଂ କରାଯିବ। ଯାହା ପରେ ହୁଏତ ଜଣାପଡ଼ିପାରେ ବାସ୍ତବରେ ଯୁବତୀଙ୍କ ମାନସିକ ଅବସ୍ଥା କେମିତି। ଏବେ ପ୍ରଶ୍ନ ଉଠୁଛି ଲୁଡୋ ଖେଳରେ ଏମିତି କ’ଣ ହେଲା ଯେ ଝିଅ ନିଜ ବାପା ମୁହଁକୁ ବି ଦେଖିବାକୁ ଚାହୁଁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.