ନିଜ ସାବତ ମାଆଙ୍କ ଭାଇଙ୍କୁ ବିବାହ କରିବାକୁ ଚାହଁନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ : ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | September 21, 2019 IST

ମୁମ୍ବାଇ ୨୧/୯: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଷ୍ଟାର ଏଣ୍ଟ୍ରି କରି ସାରିଛନ୍ତି ଏବଂ ଆହୁରି ଅନେକ ଷ୍ଟାର ଏଣ୍ଟ୍ରି କରିବେ ବୋଲି ଗୋଡ଼ ଟେକି ବସିଛନ୍ତି। ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍ ‘କେଦାରନାଥ’ ଫିଲ୍ମରୁ ଡେବ୍ୟୁ କରି ସାରିଛନ୍ତି। ବର୍ଷେ ମଧ୍ୟରେ ତାଙ୍କର ଦୁଇଟି ଫିଲ୍ମ ରିଲିଜ ହୋଇ ସାରିଛି। ଖୁବ୍ ଶୀଘ୍ର ତାଙ୍କର ତୃତୀୟ ଫିଲ୍ମ କାର୍ତ୍ତିକ ଆର୍ୟନଙ୍କ ସହ ଆସୁଅଛି।

{"id":160618}

‘କେଦାରନାଥ’ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ସାରା ଅଲ୍ଲୀ ଖାନ୍ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

{"id":160619}

ସାରା ଅଲ୍ଲୀ ଖାନ୍ ‘କଫି ଓ୍ବିଥ୍ କରଣ’ରେ ଏହା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ଯେ ସେ ରଣବୀର କପୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସେହି ସମୟରେ ସାରାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ରଣବୀର କପୁର ,କରୀନା କପୁରଙ୍କ କଜିନ୍ ଭାଇ ହୋଇଥିବାବେଳେ ସାରା ଅଲ୍ଲୀ ଖାନ୍ ,କରୀନା କପୁରଙ୍କ ସାବତ ଝିଅ। ଏହି ବୟାନ ପରେ ସାରା ଅଲ୍ଲୀ ଖାନଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା।

{"id":160621}

ସାରାଙ୍କୁ ଏବେ ମାତ୍ର ୨୪ବର୍ଷ। ସାରା ଏବେ କାର୍ତ୍ତିକ ଆର୍ୟନଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଏମାନେ ଏକାଠି ‘ଲଭ ଆଜ କଲ୍’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ ଡେ ରେ ରିଲିଜ ହେବ। ଏହା ବ୍ୟତୀତ ସାରା ବରୁଣ ଧଓ୍ବନଙ୍କ ସହ ‘କୁଲି ନମ୍ବର ୧’ରେ ନଜର ଆସିବେ।

{"id":160622}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.