Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ତୃତୀୟ ସ୍ଥାନରେ ଭାରତ : ଗୋଟିଏ ଦିନରେ ୨୪ ହଜାର ନୂଆ ମାମଲା ସହ ୬ ଲକ୍ଷ ୯୭ ହଜାରରେ ପହଞ୍ଚିଲା ସଂକ୍ରମଣ ସଂଖ୍ୟା

6/07/2020 at 10:09 AM

ନୂଆଦିଲ୍ଲୀ ୦୬/୦୭ : କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଲଣି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ ରେ ପହଞ୍ଚିଛି | ଏହାସହ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି | ୨୪ ଘଣ୍ଟାରେ ୨୪ ହଜାର ୨୪୮ ନୂଆ ମାମଲା ସାମ୍ନାକୁ ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ ୨ ଲକ୍ଷ ୫୩ ହଜାର ୨୮୭ ଆକ୍ଟିଭ ମାମଲା ରହିଛି | ସଂକ୍ରମଣ ଯୋଗୁଁ ଏବେ ୟୁଦ୍ଧ ୧୯ ହଜାର ୬୯୩ ଜଣ ପ୍ରାଣ ହରାଇ ସାରିଛନ୍ତି | ତେବେ ମହାମାରୀରେ ଏବେ ସୁଦ୍ଧା ୪ ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି |

କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ୮୬ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ, ତୃତୀୟ ସ୍ଥାନରେ ନୂଆଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି | ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି |

ମହାରାଷ୍ଟ୍ରରେ ରବିବାର ଦିନ ୬ ହଜାର ୫୫୫ ନୂଆ ମାମଲା ସାମ୍ନାକୁ ଆସିବା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ୬୧୯ରେ ପହଞ୍ଚିଛି | ରାଜ୍ୟରେ ୧୫୧ ଜଣଙ୍କ ମୃତ୍ୟୁ ହେବା ସହ ଏବେ ସୁଦ୍ଧା ମହାରାଷ୍ଟ୍ରରେ ମୃତକ ସଂଖ୍ୟା ୮ ହଜାର ୮୨୨ରେ ପହଞ୍ଚିଛି |

ଦୁନିଆରେ ସବୁଠାରୁ ଅଧିକ ସଂକ୍ରମଣ ମାମଲାରେ ଭାରତ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛି | ଭାରତ ଆଗରେ ବର୍ତ୍ତମାନ ବ୍ରାଜିଲ ଓ ଆମେରିକା ଅଛନ୍ତି | କରୋନା ପ୍ରଭାବିତ ତାଲିକାରେ ସବୁଠାରୁ ଆଗରେ ରହିଛି ଆମେରିକା | ଆମେରିକାରେ ଏ ପର୍ଯ୍ୟନ୍ତ ୨୯ ଲକ୍ଷ ୮୧ ହଜାର ମାମଲା ରହିଛି | ଆମେରିକାରେ ଲକ୍ଷେ ୩୨ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି |


ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ରହିଛି | ଦେଶରେ ସୁସ୍ଥ ହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ରହିଛି | ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରିକଭରୀ ରେଟ ୭୫ ପ୍ରତିଶତରୁ ଅଧିକ ରହିଛି | ୪ ରାଜ୍ୟରେ ୮୦ ପ୍ରତିଶତ ରିକଭରୀ ରେଟ ରହିଛି | ସବୁଠାରୁ ଆଗରେ ରହିଛି ଚଣ୍ଡୀଗଡ଼ | ଏଠାରେ ୮୬.୦୬ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି |

   Related Posts