Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭାଙ୍ଗିଯିବ ଚୀନର ଥ୍ରୀ ଗର୍ଜେସ୍ ଡ୍ୟାମ୍ ! ବୁଡି ଯାଇପାରେ ୨୪ଟି ରାଜ୍ୟ, ୮୦ ଲକ୍ଷ ଲୋକ ହେବେ ପ୍ରଭାବିତ

25/06/2020 at 6:35 PM

ବେଜିଂ ୨୫|୦୬:  କରୋନା ସଙ୍କଟ ମଧ୍ୟରୁ ଚୀନ ମୁକୁଳିପାରୁ ନାହିଁ । ଏବେ ଏହି ଦେଶ ଉପରେ ଆଉ ଏକ ବଡ ବିପଦ ଘନେଇବାରେ ଲାଗିଛି । ଚୀନର ପ୍ରାୟ ସମସ୍ତ ଅଞ୍ଚଳରେ ଗତ କିଛିଦିନ ଧରି ମୂଷଳ ଧାରାରେ ବର୍ଷା ହେଉଛି ।ପ୍ରାୟ ୮୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।  ଚୀନର ଥ୍ରୀ ଗର୍ଜେସ୍ ଡ୍ୟାମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଜଳବିଜ୍ଞାନୀ ବାଙ୍ଗ୍ ବେଇଲିଓ । ଏହାସହ ଏହି ଡ୍ୟାମ ଭୁଶୁଡି ପଡିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।

ପ୍ରବଳ ବର୍ଷା କାରଣରୁ ଚୀନର ୨୯ଟି ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତାଇଓ୍ୱାନ ନ୍ୟୁଜ ଅନୁସାରେ,  ଏହି ଡ୍ୟାମକୁ ନେଇ ଚୀନବାସୀ ଚିନ୍ତିତ ହୋଇ ପଡିଛନ୍ତି । କିନ୍ତୁ ଚୀନ ସରକାର ବେଫିକର ରହିବା ସହ କିଛି ହେବ ନାହିଁ ବୋଲି ଦମ୍ଭୋକ୍ତି ବାଢୁଛନ୍ତି । କିନ୍ତୁ ଡ୍ୟାମରେ ଅନେକ ଫାଟ ସୃଷ୍ଟି ହୋଇଛି । ଏହି ଡ୍ୟାମ୍ ବନ୍ୟାକୁ ରୋକିଥାଏ । କିନ୍ତୁ ଏବେ ଡ୍ୟାମ୍ ଦୁର୍ବଳ ହୋଇଯାଇଛି । ଏହା କୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ।   ଯଦି ଏହା ଭାଙ୍ଗିଯାଏ ତେବେ ୨୪ଟି ରାଜ୍ୟବାସୀ ପ୍ରଭାବିତ ହେବେ । ଏପରିକି ରାଜ୍ୟ ଗୁଡିକ ସମ୍ପୂର୍ଣ୍ଣ ବୁଡି ଯିବ ବୋଲି କେହିକେହି ଆଶଙ୍କା କରୁଛନ୍ତି । ଏପରି ହେଲେ ଚୀନର ବହୁତ ବଡ କ୍ଷତି ହେବ ।

ଏହି ଡ୍ୟାମକୁ ବେଜିଂ ଦ୍ୱାରା ମାନବ ଇତିହାସରେ ସବୁଠାରୁ ବଡ ଇଞ୍ଜିନିୟରିଂ ଉପଲବ୍ଧି ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ । କିନ୍ତୁ ଏହାର ରକ୍ଷଣାବେକ୍ଷଣକୁ ନେଇ ସଦାବେଳେ ପ୍ରଶ୍ନ ଉଠେ । ଯଦି ଏହା ଭାଙ୍ଗିଯିବ ଦେଶର ୨୪ଟି ରାଜ୍ୟ ବୁଡିଯିବ ।

   Related Posts