ଘନେଇଲା ବିପଦ: ଦିଲ୍ଲୀ ମରକଜରେ ଥିବା ୨୪ ଜଣ କରୋନା ପଜିଟିଭ, ଏକାଠି ଥିଲେ ୧୫୦୦ରୁ ଅଧିକ ଲୋକ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩: ଦିଲ୍ଲୀର ନିଜାମୁଦ୍ଦୀନସ୍ଥିତ ତଲ୍ଲୀଗ ଜମାତର ମରକଜ ବିଲ୍ଡିଂରେ ଥିବା ୨୪ଜଣଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନ ଏହି ସୂଚନା ଦେଇଛନ୍ତି । ସଠିକ ତଥ୍ୟ ସେ ଜାଣିନଥିଲେ ମଧ୍ୟ ଏହି ମକରଜରେ ୧୫୦୦ରୁ ୧୭୦୦ ଲୋକ ଜମା ହୋଇଥିବା ସେ କହିଛନ୍ତି । ଏବେସୁଦ୍ଧା ୧୦୩୩ ଲୋକଙ୍କୁ ବାହାର କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେସୁଦ୍ଧା ୩୩୪ଜଣଙ୍କୁ ମେଡିକାଲ ପଠାଯାଇଛି । ୭୦୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମରକଜରେ ଡାକ୍ତରୀ ଟିମ ପହଁଚି ଲୋକଙ୍କୁ ବାହାର କରୁଛନ୍ତି ।ଏହାସହ ଆଖପାଖ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରାଯାଉଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏଥିରେ କେଜ୍ରିଓ୍ୱାଲଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତିନ୍ଦର ଜୈନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

{"id":246779,"width":752,"height":422,"sizeSlug":"large"}

କଣ ରହିଛି ପୁରା ଘଟଣା

ନିଜାମୁଦ୍ଦୀନ ସ୍ଥିତ ତଲ୍ଲୀଗୀ ଜମାତର ମରକଜରେ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦିଲ୍ଲୀରେ ୬୪ ବର୍ଷର ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେ କରୋନାରେ ପ୍ରାଣ ହରାଇଥିଲେ । ଏହାପରେ ୩୩ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ମରକଜରୁ ସମସ୍ତଙ୍କୁ ବାହାର କରାଯାଇଥିଲା ।

ନିଜାମୁଦ୍ଦୀନ ସ୍ଥିତ ମରକଜରେ ୧୫ଟି ଦେଶରୁ ଲୋକ ଆସିଥିଲେ । ଏଥିରେ ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କାର ଅନେକ ଲୋକ ସାମିଲ ଥିଲେ । ଅଧିକ ସଂଖ୍ୟାର ଲୋକ ଇଣ୍ଡୋନେସିଆରୁ ଆସିଥିଲେ । ୮୦୦ରୁ ଅଥିକ ଇଣ୍ଡୋନେସିଆ ଲୋକ ଏଠାରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.