ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

Published By : Prameya-News7 Bureau | May 17, 2020 IST

ଭୁବନେଶ୍ୱର, ୧୭|୦୫: ରାଜ୍ୟ ପାଇଁ ଖୁସି ଖବର । ପୁଣି ୨୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମର ହୋଇଥିବା ବେଳେ ଯାଜପୁରରୁ ୩ ଓ ୨ଜଣ ବାଲେଶ୍ୱରର ରହିଛନ୍ତି ।

ଏହାପୂର୍ବରୁ ରବିବର ସକାଳେ ଆଉ ୩୦ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ଆହୁରି ୨୪ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୨୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

wp:core-embed/twitter {"url":"https://twitter.com/HFWOdisha/status/1261961892404264960","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1261961892404264960
/wp:core-embed/twitter

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ଯାଜପୁର ଓ ୨ଜଣ ବାଲେଶ୍ୱରର ବୋଲି ସୂଚନା ମିଳିଛି ।

ସକାଳେ ସୁସ୍ଥ ହୋଇଥିବା ୩୦ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ଜଣେ ଏବଂ କଟକ ଜିଲ୍ଲାରୁ ଜଣେ ରହିଛନ୍ତି । ସମସ୍ତେ ଶନିବାର ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ୮୨୮ଟି ପଜିଟିଭ କେସ ଥିବା ବେଳେ ୨୨୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୬୦୪ଟି ସକ୍ରିୟ କେସ ଥିବା ବେଳେ ୪ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.