ବେଙ୍ଗାଲୁରୁରୁ ଢେଙ୍କାନାଳ ଭୁବନକୁ ଫେରିଲେ ୨୪ ପ୍ରବାସୀ ଶ୍ରମିକ, କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବେ ୨୧ଦିନ

Published By : Prameya-News7 Bureau | May 13, 2020 IST

ଭୁବନ ୧୩।୫: କରୋନା ମହାମାରୀ ପାଇଁ ଲକ୍ ଡାଉନର ଯୋଗୁଁ ବାହାର ରାଜ୍ୟରେ କାର୍ଯ୍ୟ କରିବାକୁ ଯାଇ ଫସିରହିଥିଲେ ଅନେକ ଶ୍ରମିକ । ସେମାନେ ଏବେ ଘରମୁହାଁ ହେଉଛନ୍ତି । ସେଥିପାଇଁ ସରକାର ବିଭିନ୍ନ ପଞ୍ଚାୟତରେ କ୍ବାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରି ୨୧ ଦିନ ରଖିବାର ବନ୍ଦୋବସ୍ତ କରିଛନ୍ତି।

{"id":269099,"sizeSlug":"large"}

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁରୁ ୨୪ ଶ୍ରମିକ ଏକ ବସ୍ ଯୋଗେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ସୁରପ୍ରତାପପୁର ଗ୍ରାମକୁ ଫେରିଛନ୍ତ । ଗତକାଲି ବିଳମ୍ବିତ ରାତିରେ ସମସ୍ତ ଶ୍ରମିକମାନେ ବସରୁ ଓହ୍ଲାଇବା ପରେ ପଞ୍ଚାୟତର ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ କୋଭିଡ୍-୧୯ କ୍ବାରେଣ୍ଟାଇନ ସେଣ୍ଟରକୁ ସେମାନଙ୍କୁ ନିଆଯାଇଥିଲା । ସେଠାରେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.