୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ

Published By : Prameya-News7 Bureau | February 25, 2021 IST

ନିଶ୍ଚିନ୍ତକୋଇଲି୨୫/୨: ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ୨୪ କେଜି ଗଞ୍ଜେଇ ଜବତ। ଅବକାରୀ ବିଭାଗ ନବ ନିଯୁକ୍ତି କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି। ଚଢାଉରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିଶ୍ଚିନ୍ତକୋଇଲି ଥାନା ଏକରୁଖି ଗ୍ରାମର ଶରତ ଲେଙ୍କାଙ୍କ ଘରୁ ୨୪ କେଜି ଚୋରା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଚୋରା ଗଞ୍ଜେଇ ବେପାରୀ ଶରତ ଲେଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ପୂର୍ବରୁ ମଧ୍ୟ ଶରତଙ୍କ ନାଁରେ ଗଞ୍ଜେଇ କାରବାର କରୁଥବାର ମାମଲା ରହିଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡ ଦେବାଶିଷ ପଟେଲ, ଗ୍ରାମାଞ୍ଚଳ ଇନ୍ସପେକ୍ଟର ଅନିତା ପ୍ରଧାନ, ସଦର ଇନ୍‌ସପେକ୍ଟର ପ୍ରବୀର ସାମଲ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.