ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ NACକୁ ୨୪ ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 09, 2020 IST

କରଞ୍ଜିଆ ୦୯।୦୭: କରଞ୍ଜିଆ NACକୁ ୨୪ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଗୋଷ୍ଠୀ ସଂକ୍ରମଣ କୁ ପ୍ରତିରୋଧ କରିବା ପାଇଁ କରଞ୍ଜିଆ ସାପ୍ତାହିକ ହାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ NACର ୧୫ଗୋଟି ୱାର୍ଡକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି NAC କତ୍ତୃପକ୍ଷ ।

{"id":298028,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ୨୫ରୁ ଅଧିକ କରୋନା ଆକ୍ରାନ୍ତ କରଞ୍ଜିଆ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ । ଯେପରି ଗୋଷ୍ଠୀ ସଂକ୍ରମଣ ନହେବ , ସେଥିପାଇଁ  NAC  ୨୪ଘଣ୍ଟିଆ  ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଆଜି ସକାଳ ୬ ରୁ ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ । ସମସ୍ତ ଏହି ନିୟମକୁ ମାନିବାକୁ ପଡିବ ବୋଲି କୁହାଯାଇଛି । ଯଦି କେହି ନିୟମ ଭାଙ୍ଗୁଥିବାର ଦେଖିବାକୁ ମିଳି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.