ଭଦ୍ରକ ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ, ମଙ୍ଗଳବାର ଦିନ ୨ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ଜାରି ରହିବ

Published By : Prameya-News7 Bureau | May 12, 2020 IST

ଭଦ୍ରକ ୧୨।୫: ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ । ଚରମ୍ପା ଅଞ୍ଚଳରେ ମଙ୍ଗଳବାର ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା । ରେଳ ଷ୍ଟେସନର ୫୦୦ମିଟର ପରିସରରେ କର୍ଫ୍ୟୁ ଲାଗୁ କରାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲୱେ ମାଲ ଗୋଦାମ, ତେଲଙ୍ଗାସାହି ଗଳି ଛକରୁ ଚରମ୍ପା କୈଳାସ ସିନେମାହଲ ଓ ଅନ୍ୟ କେତେକ ଅଞ୍ଚଳ ପାଇଁ ନିଷ୍ପତି ନିଆଯାଇଛି ।

ପ୍ରବାସୀଙ୍କୁ ନେଇ ଭଦ୍ରକ ଆସୁଛି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଆନ୍ଧ୍ରପ୍ରଦେଶର ମଙ୍ଗଳଗିରିରୁ ଏହି ଟ୍ରେନଟି ଆସୁଛି । ଟ୍ରେନରେ ଥିବା ସମସ୍ତ ପ୍ରବାସୀ ଭଦ୍ରକ ଷ୍ଟେସନରେ ଓହ୍ଲାଇବେ । ସାମାଜିକ ଦୂରତ୍ବ ରକ୍ଷା ତଥା ଶ୍ରମିକମାନଙ୍କୁ ସୁବିଧାରେ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷ୍ଟେସନ ପରିସରରେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟେସନରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସରେ ପଠାଯିବ । ସେହିପରି ଆସନ୍ତାକାଲି ମଧ୍ୟ ଗୋଟିଏ ଟ୍ରେନ୍ ଭଦ୍ରକ ଆସିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.