ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି

Published By : Prameya-News7 Bureau | September 28, 2018 IST

ଭୁବନେଶ୍ୱର ୨୮/୯ : ଆଜି ରାଜ୍ୟର ସମସ୍ତ ଦୋକାନ ବନ୍ଦ ରହିବ | ଆଜି ସକାଳ ୬ଟା ରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ସମସ୍ତ ଦୋକାନ ବନ୍ଦ ରହିବ | ଖୁଚୁରା ବଜାରରେ ପ୍ରତେକ୍ଷ ବିଦେଶୀ ପୁଞ୍ଜି ନିବେଶ ଅନୁମତି ଓ ଇ-କମର୍ସ କମ୍ପାନୀ ଫ୍ଲିପ କାର୍ଟକୁ ଆମେରିକୀୟ କମ୍ପାନୀ ୱାଲମାର୍ଟ ଅଧିଗ୍ରହଣ କରିବାକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି | ଓଡିଶାର ବ୍ୟବସାୟୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି | ଯାହାଫଳରେ ଆଜି ରାଜ୍ୟରେ ସମସ୍ତ ଦୋକାନ ବନ୍ଦ ରହିଛି | ଧର୍ମଘଟ ଯୋଗୁଁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏବଂ ରାଜ୍ୟରେ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ୨୪ ଘଣ୍ଟା ବନ୍ଦ ରହିବ | ଚା ଦୋକାନ ଠାରୁ ଆରମ୍ଭ କରି ସମସ୍ତ ବଡ ଦୋକାନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଓଡିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି | ବନ୍ଦ ଯୋଗୁଁ ରାଜ୍ୟରେ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟବସାୟିକ କରବାର ଠପ ହୋଇଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.