Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୨୪ ଘଣ୍ଟା ନପୁରୁଣୁ ପୁଣି ବୋମା ମାଡ଼: କାଲି ପ୍ରେମ ପାଇଁ, ଆଜି ପୂର୍ବ ଶତ୍ରୁତା

10/08/2020 at 10:15 PM

ଜଗତସିଂହପୁର ୧୦/୮: ୨୪ ଘଣ୍ଟା ନପୁରୁଣୁ ଜଗତସିଂହପୁରରେ ପୁଣି ବୋମା ମାଡ଼। ଜଗତସିଂହପୁର ଥାନା ପଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରକୁ ବୋମାମାଡ଼। ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି । ଆହତ ଯୁବକ ବଡ଼ ଢେଢିଲୋ ଗାଁର ପ୍ରଭାତ ଗାଆଣ ବୋଲି ଜଣା ଯାଉଛି । ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଛି ।

ଗାଁ ନିକଟସ୍ଥ ପୋଖରୀ ହୁଡାରେ ପ୍ରଭାତ ବସିଥିବା ବେଳେ ନିକଟସ୍ଥ ଗାଁର ଅନ୍ୟ ଜଣେ ଯୁବକ ତାର କିଛି ସହଯୋଗୀଙ୍କ ସହ ଦୁଇଟି ବାଇକରେ ଆସି ପ୍ରଭାତ ଉପରକୁ ୨ଟି ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ବୋମା ମାଡ଼ରେ ଆହତ ଯୁବକଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୋବାଇଲରେ ଖରାପ ମେସେଜ ପଠାଇବା ଘଟଣାକୁ ନେଇ ପୂର୍ବରୁ ଉଭୟ ଯୁବକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୂର୍ବ ରାଗରେ ଏପରି ଘଟଣା ଘଟାଇ ଥିବାର ଆହତ ପ୍ରଭାତର ଭାଇ କହିଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସେହିପରି ଗତକାଲି ଜଗତସିଂହପୁର ଡେରିକି ଗୋବରୀ କୁଳ ଗାଁରେ ଅଘଟଣ ଘଟିଥିଲା।  ବୋମା ମାଡ଼ କରିବା ବେଳେ ହାତରେ ବୋମା ଫୁଟି ଜଣେ ଆହତ ହୋଇଥିଲେ। ଆହତ ସେହି ଗାଁର ସମରା ରାୟ ବୋଲି ଜଣାପଡିଛି ।ଆହତ ଅବସ୍ଥାରେ ସମରାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଦୁଇ ସହଯୋଗୀ ନାଉଗାଁ ପୋଲିସ ଦ୍ୱାରା ଅଟକ ରହିଛନ୍ତି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ପ୍ରେମ ଜନିତ ଘଟଣାକୁ ନେଇ ବୋମା ମାଡ଼ କରିବାକୁ ଆସିଥିବା ଜଣାପଡିଥିଲା ।

   Related Posts