ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଛାଡିବା ପାଇଁ ପ୍ରସ୍ତୁତି, ଆରମ୍ଭ ହେଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

Published By : Prameya-News7 Bureau | June 02, 2020 IST

ସମ୍ବଲପୁର ୨।୬: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଛାଡିବା ପାଇଁ ପ୍ରସ୍ତୁତି ଆରମ୍ଭ । ଏନେଇ ଆରମ୍ଭ ହେଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ସୋମବାରଠାରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଥିବା ବେଳେ ବନ୍ୟାଜଳ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ ।

{"id":279959,"sizeSlug":"large"}

ସୋମବାରର ରିପୋର୍ଟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୦ ଫୁଟ ରହିଛି । ଯାହା ଗତବର୍ଷ ତୁଳନାରେ ୭ ଫୁଟ୍ ଅଧିକା । ତେବେ ସୋମବାର ମୌସୁମୀ କେରଳ ଛୁଇଁବା ପରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କଲେଣି ।

ଏହାସହ ତଳ ମୁଣ୍ଡରେ ଥିବା ୧୧ଟି ଜିଲ୍ଲାକୁ ପ୍ରାଥମିକ ପର୍ଯ୍ୟାୟରେ ସୂଚିତ ମଧ୍ୟ କରାଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.