ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବି ; ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ

Published By : Prameya-News7 Bureau | December 03, 2018 IST

ବଲାଙ୍ଗିର ୦୩|୧୨: ପଶ୍ଚିମଓଡିଶା ମହାବନ୍ଦ ପରେ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ । ତୀବ୍ର ହେଉଛି ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ଜିଲ୍ଲାର ସ୍କୁଲ,କଲେଜ, ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବନ୍ଦକୁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି । ସେହିପରି ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ଓ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଟିଟିଲାଗଡରେ ବନ୍ଦ ପାଳନ କରିଛି ଓକିଲ ସଂଘ । ଟିଟିଲାଗଡ ଷ୍ଟେସନରେ ୩୪ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ଇସ୍ପାତ ଟ୍ରେନ, ବିଶାଖାପାଟଣା-ରାୟପୁର, ସମ୍ବଲପୁର-ରାୟଗଡା, ସମ୍ବଲପୁର-କୋରାପୁଟ, ଜଗଦଲପୁର-ହାୱଡା, ନାଗବଲ୍ଲୀ-ସମ୍ବଲପୁର ଟ୍ରେନ ବାତିଲ କରାଯାଇଛି । ସେହିପରି ପୁରୀ ଦୁର୍ଗ, ସୁରଟ-ପୁରୀ ଏକ୍ସପ୍ରେସ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.