Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କକା-ପୁତୁରା ହାତ ଧରାଧରି ହୋଇ ବୁଡ଼ିଗଲେ, ୨୪ ଘଣ୍ଟା ପରେ ମିଳିଲା ନାବାଳକର ମୃତଦେହ…

9/03/2020 at 4:36 PM

ବ୍ରଜନଗର୯/୩: ରବିବାରରେ ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର କକା ଓ ପୁତୁରା ଇବନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ରବିବାର ସଂଧ୍ୟାରେ କକା ସନ୍ଦୀପ ମେହେଟାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସୋମବାର ଅର୍ଥାତ ଆଜି ମଧ୍ୟାହ୍ନରେ ୧୨ ବର୍ଷୀୟ ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଛି।

ରାମଚଣ୍ଡୀ ମନ୍ଦିର ନିକଟସ୍ଥ ଇବ ନଦୀ ଭିତରୁ ନାବାଳକର ମୃତଦେହ  ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ପୁତୁରାକୁ ବଞ୍ଚାଇବାକୁ ଯାଇ କକାଙ୍କ ମତ୍ୟୁ ହୋଇଛି। ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ସନ୍ଦୀପ ମେହେଟା ନିଜର ପୁତୁରାକୁ ନେଇ ଇବ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏକ ବଲ୍‌ ପାଣିରେ ପିଙ୍ଗି ଦେଇଥିଲା ପୁତୁରା କେତନ। ତା​‌କୁ ଆଣିବା ପାଇଁ କେତନ ପାଣି ଭିତରେ ପଶି ଯାଇଥିଲେ।  ଏହା ଦେଖି ପୁତୁରାକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଥିଲେ କକା ସନ୍ଦୀପ।

କିନ୍ତୁ ନଦୀରେ ବଡ ଗାଢ଼ ଥିବାରୁ ସେ ମଧ୍ୟ ବୁଡ଼ି ଯାଇଥିଲେ।ଦୁଇ ଜଣ ନିଖୋଜ ଥିବା ଖବରପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ବ୍ରଜରାଜନଗର ପୋଲିସ ସହ ଓ ଡ୍ରାଫ ଟିମ ପହଂଚି ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟ ସଫଳ ହୋଇଥିଲେ।

   Related Posts