ରାୟଗଡ଼ାରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ : ଜଣେ ବ୍ୟାଙ୍କ କର୍ମଚାରୀ କୋଭିଡ଼-୧୯ ସଂକ୍ରମିତ , ୪ ତାରିଖ ଯାଏଁ ସହରର ମୁଖ୍ୟ SBI ଶାଖା ବନ୍ଦ

Published By : Prameya-News7 Bureau | July 29, 2020 IST

ରାୟଗଡା ୨୯।୦୭: ରାୟଗଡାରୁ ଆଜି ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ  ୭ଜଣ କୋଭିଡ ଯୋଦ୍ଧା ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣ ପୋଲିସ କର୍ମଚାରୀ ।

{"id":307084,"sizeSlug":"large"}

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡା ସହରରୁ ସର୍ବାଧିକ ୧୨ଜଣ, ଗୁଣୁପୁର ସହରରୁ ୮ଜଣ, ରାୟଗଡା ବ୍ଲକରୁ ୩ଜଣ ଏବଂ ରାମନାଗୁଡା ବ୍ଲକରୁ ଜଣେ ରହିଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ କ୍ବାରାଣ୍ଟାଇନରେ ଥିଲେ ।  ସେପଟେ ରାୟଗଡା ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ବନ୍ଦ ।

{"id":307085,"sizeSlug":"large"}

ଆଜି ଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଇଁ ନୋଟିସ ଜାରି ହୋଇଛି । ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ସାଧାରଣ ଲୋକ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ୫ ତାରିଖରେ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.