Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାହାଡିଆ ଗାଁରେ ପସିଲା କରୋନା : ୨୪ଜଣ ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ସିଲ୍ ହେଲା ଗାଁ

14/05/2021 at 4:44 PM

ସାନଖେମୁଣ୍ଡି ୧୪।୫: ପାହାଡିଆ ଅଞ୍ଚଳରେ ପସିଲା କରୋନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ବେଲଗଡ଼ ଗାଁରେ କରୋନା ସଂକ୍ରମଣ । ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉପରେ ଥିବା ପାହାଡ଼ ନିକଟ ଆଦିବାସୀ ଗାଁ ବେଲଗଡ଼ରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆହୁରି ୩୦ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଡିଓ ସୂଚନା ଦେଇଛନ୍ତି । ଏହାପରେ ଗାଁକୁ ସେନିଟାଇଜ କରାଯାଇଛି ଓ ଆଡପଡା CHCରୁ ଏକ ଟିମ୍ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଅଛନ୍ତି ।

ବେଲଗଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୋଭିଡ୍ ପରୀକ୍ଷା ପାଇଁ କ୍ୟାମ୍ପ୍ ଅନୁଷ୍ଠିତ ହୋଇଥିଲା ।ପରେ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଗାଁକୁ ଉଭୟ ପାର୍ଶ୍ବରୁ ବାରିକେଟ କରି ସିଲ୍ କରି ଦେଇଥିଲେ । ଶୁକ୍ରବାର ସମ୍ପୂର୍ଣ୍ଣ ଗାଁ ସାନିଟାଇଜ ହେବା ସହ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଉଛି ।

   Related Posts