ବେଆଇନ ଚାଲାଣ ବେଳେ ଉମରକୋଟରୁ ୨୪ଟି ମଇଁଷି ସହ ଟ୍ରକ୍ ଜବତ : ୩ ଅଟକ
25/11/2019 at 9:33 AM

ନବରଙ୍ଗପୁର ୨୫/୧୧: ନବରଙ୍ଗପୁର ଜିଲ୍ଲାର ରାଇଘର , ଉମରକୋଟ, ଝରିଗାଁ,ଚନ୍ଦାହାଣ୍ଡି ତଥା ଡାବୁଗା ବ୍ଳକରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ମୁଖ୍ୟ ରାସ୍ତା ଦେଇ ଗାଈଗୋରୁ ଓ ମହିଷ ଚାଲାଣ ହେଉଛି। ଜିଲ୍ଲା ପ୍ରଶାସନର ନାକ ତଳେ ହେଲେ ଏହି ବେନିୟମ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନର କୈାଣସି ଆନ୍ତରିକତା ନାହିଁ ବା ନିରୀହ ଅବଳା ପଶୁମାନଙ୍କୁ ମାନଙ୍କ ପ୍ରତି କୈାଣସି ଦରଦ ନାହିଁ । ଯାହା ଫଳରେ ଏହି ବ୍ୟବସାୟୀମାନେ ଅମାନବୀୟ ଅବସ୍ଥାରେ, ନିର୍ଦ୍ଦୟ ଭାବରେ ଏହି ଗୃହ ପାଳିତ ପଶୁମାନଙ୍କୁ ନେଉଛନ୍ତି।

ଏହି ସବୁ ଗାଈଗୋରୁ କୁଟିଂ କରିବା ଉଦ୍ଦେଶ୍ୟରେ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି। ଏହି ଘଟଣା ହିନ୍ଦୁ ଧର୍ମାବଲମ୍ବୀ କୁ ଆଘାତ ଦେଉଥିବା ବେଳେ ଏହାକୁ ନେଇ ବାରମ୍ବାର ପ୍ରତିବାଦ କରାଯାଉଛି। କିନ୍ତୁ ଜିଲ୍ଲା ପ୍ରଶାସନ ଶୋଷଣ ମନୋଭାବ ଯୋଗୁଁ ପ୍ରତିଦିନ ଏହି ବ୍ୟବସାୟୀ ମାନଙ୍କର ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଛି ବୋଲି ଗୋ ପ୍ରେମୀ ଯୁବକ ପ୍ରକାଶ କରିଛନ୍ତି । ଆଜି ଉମରକୋଟ ପୋଲିସ ଗୋଟିଏ ଟ୍ରକ ସହ ୨୪ ଗୋଟି ମହିଷ ଉଦ୍ଧାର କରିବା ସହିତ ତିନି ଜଣଙ୍କୁ ଅଟକ ରଖିଛନ୍ତି ।