ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୩ ତମ ସମାବର୍ତ୍ତନ ଉତ୍ସବ , ୮୩ ଜଣଙ୍କୁ ମିଳିଲା ପି.ଏଚ୍.ଡି
7/02/2019 at 5:33 PM

ବ୍ରହ୍ମପୁର ୭।୨: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୩ ତମ ସମାବର୍ତ୍ତନ ଉତ୍ସବ ହୋଇଯାଇଛି । ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଯୋଗ ଦେଇଥିଲେ ।

ଇନ୍ଦିରା ଗାନ୍ଧି ନ୍ୟାସନାଲ୍ ଓପନ୍ ୟୁନିର୍ଭସିଟିର କୁଳପତି ପ୍ରଫେସର ନାଗେଶ୍ବର ରାଓ ଉଚ୍ଚଶିକ୍ଷାର ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ ।

ଏଥିରେ ୮୩ ଜଣଙ୍କୁ ପି.ଏଚ୍.ଡି, ୫ ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡି.ଏସ୍.ସି ଏବଂ ବିଭିନ୍ନ ବିଭାଗର ୩୨ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଉତ୍ସବରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ପ୍ରଫେସର, ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ।

Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021