ଦେଶରେ ଗତ ୨୪ଘଣ୍ଟାରେ ୨୩୯୫୦ କରୋନା ସଂକ୍ରମିତ ଚିହ୍ନଟ , ୩ ଲକ୍ଷ ତଳେ ଆକ୍ଟିଭ୍ କେସ୍

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୨୩,୯୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ୯୬ଲକ୍ଷ ପାର୍‌ ହୋଇଛି । ସେହିପରି  ଦେଶରେ ଆକ୍ଟିଭ କେସ୍‌ 3ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅନୁଯାୟୀ,  ଗତ ୨୪ଘଣ୍ଟାରେ ଦେଶରେ ୨୩,୯୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୩ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଯାଏଁ ୧,୦୦,୯୯,୦୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଏବେ ଯାଏଁ ମୋଟ ୧,୪୬,୪୪୪ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

wp:html /wp:html

ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି । ଏବେ ଯାଏଁ ଦେଶରେ ୯୬,୬୩,୩୮୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ଘଣ୍ଟାରେ ୨୬,୮୯୫ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି । ଏବେ ପର୍ଯ୍ୟନ୍ତ ୨,୮୯,୨୪୦ଜଣ କରୋନାର ସକ୍ରିୟ କେସ୍‌ ରହିଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ଟିଭ କେସ୍‌ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବହୁତ ବଡ଼ ଅନ୍ତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.