ଗଞ୍ଜାମରେ ଆଜି ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭୬୬କୁ ବୃଦ୍ଧି

Published By : Prameya-News7 Bureau | July 20, 2020 IST

ବ୍ରହ୍ମପୁର ୨୦।୦୭ : ଗଞ୍ଜାମ ଜିଲ୍ଲାରେ ଅଣାୟତ କରୋନା । ପ୍ରତିଦିନ ଶତାଧିକ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି ।  ଆଜି ପୁଣି ୨୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୭୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏବେ ସୁଦ୍ଧା ୩୭୫୩ଜଣ ସୁସ୍ଥ ହୋଇଥିବା ବେଳେ ୧୯୫୯ଟି ଆକ୍ଟିଭ୍‌ କେସ୍‌ ରହିଛି । ସେପଟେ ଜିଲ୍ଲାରେ ୫୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି ।

wp:html /wp:html

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ଜଣ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୧୯୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ବ୍ରହ୍ମପୁରରୁ ୨ କରୋନା ଯୋଦ୍ଧା ଏବଂ ୯ ଜଣ ସ୍ଥାନୀୟ ଆକ୍ରାନ୍ତ ଏଭଳି ମୋଟ ୧୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଜିଲ୍ଲାର ଆସିକା ଅଞ୍ଚଳରେ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୧ ଜଣ କରୋନା ଯୋଦ୍ଧା ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.