Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ହେଉଛନ୍ତି ଅଧିକ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୨୩୭୭

23/10/2020 at 8:49 PM

ଭୁବନେଶ୍ଵର ୨୩।୧୦: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ନୂତନ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି। ସଂପ୍ରତି ରାଜ୍ୟରେ ଦିନକୁ ୨ ହଜାରରୁ କମ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ଲାଭ କରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨, ୫୯, ୪୧୮ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଏମସି ଅନୁଯାୟୀ ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଅନୁଗୁଳରୁ  ୨୦୪, ବାଲେଶ୍ଵରରୁ ୧୬୨, ମୟୂରଭଞ୍ଜରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ଯାଜପୁରରୁ ୧୦୭, ବରଗଡରୁ ୮୮, ବଲାଙ୍ଗିରରୁ ୮୭, ଝାରସୁଗୁଡାରୁ ୮୫, ଭଦ୍ରକରୁ ୭୭, କଳାହାଣ୍ଡିରୁ ୭୨, ନୂଆପଡାରୁ ୬୫, କେନ୍ଦ୍ରାପଡାରୁ ୬୪, ସୋନପୁରରୁ ୬୪, ପୁରୀରୁ ୫୯, ଜଗତସିଂହପୁରରୁ ୫୦, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୫୦ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।

ଏହି ପରି ଢେଙ୍କାନାଳରୁ ୩୪, ଗଞ୍ଜାମରୁ ୩୪, ବୌଦ୍ଧରୁ ୩୩, କନ୍ଧମାଳରୁ ୩୩, ମାଲକାନଗିରିରୁ ୩୧, ରାୟଗଡାରୁ ୨୯, କୋରାପୁଟରୁ ୨୮, ନୟାଗଡରୁ ୨୧, ନବରଙ୍ଗପୁରରୁ ୧୫, ଦେବଗଡରୁ ୧୦ ଓ ଗଜପତିରୁ ୬ ଜଣ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୯୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨, ୭୭, ୮୮୭କୁ ବୃଦ୍ଧି ଘଟିଛି। ଏହି ସମୟରେ ଆଉ ୧୮ ଜଣଙ୍କ ମତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ କରୋନାରୁ ୨, ୫୯, ୪୧୮ ଜଣ ଆରୋଗ୍ୟଲାଭ କରିଛନ୍ତି।

   Related Posts