Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେବାର ରେକର୍ଡ, ରାଜ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ ମୁକ୍ତ ହେଲେ ୨୩୭ ଜଣ

20/06/2020 at 3:49 PM

ଭୁବନେଶ୍ୱର, ୨୦|୦୬ :  ଶନିବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୨୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୩୫୩୪ରେ ପହଁଚିଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୭୦ ଜଣ ଥିବା ବେଳେ, ଖୋର୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକ ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏଁ ରହିଛନ୍ତି । ସେହିପରି କେଉଁଝରରୁ ୮, ଡେଙ୍କାନାଳ, ପୁରୀରୁ ୭ଜଣ ଲେଖାଏଁ, ନୟାଗଡ ଓ କେନ୍ଦ୍ରପଡାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଏତତ୍ ବ୍ୟତୀତ କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ଜଣ ଲେଖାଏଁ ଏବଂ ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

   Related Posts