ରାଜଧାନୀ ଭୁବନେଶ୍ଵରରେ ଚିହ୍ନଟ ହେଲେ ଆଉ ୨୩୩ ଆକ୍ରାନ୍ତ, ସୁସ୍ଥ ହୋଇ ଘରକୁ ଫେରିଲେ ୩୧୩

Published By : Prameya-News7 Bureau | October 18, 2020 IST

ଭୁବନେଶ୍ଵର ୧୮।୧୦: ରାଜ୍ୟରେ ସଂପ୍ରତି ନୂତନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜୁଲାଇ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଦିନକୁ ୪୦୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ  ଏବେ ଏହି ସଂଖ୍ୟା ୨୦୦୦ ରୁ ୨୫୦୦ ଭିତରେ ରହୁଛି। ସେହିଭଳି ରାଜଧାନୀ  ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ଘଟିଛି। ଆକ୍ରାନ୍ତଙ୍କ ତୂଳନାରେ ଅଧିକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୨୩୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୭,୨୨୮କୁ ବୃଦ୍ଧି ଘଟିଛି। ଆଜି ୩୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛନ୍ତି।

wp:html /wp:html

ବିଏମସି ଅନୁଯାୟୀ ଆଜି ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ୨୩୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୧ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୮୨ ରହିଛି। ଆଜି ୩୧୩ ସୁସ୍ଥ ହୋଇଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟଙ୍କ ସଂଖ୍ୟା ୨୪୧୪୩ରେ ପହଞ୍ଚିଛି। ଅଦ୍ୟାବଧି ୧୩୭ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଭୁବନେଶ୍ଵରରେ ମୋଟ୍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୨୭ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.