ଭଲ ଖବର, ସୁସ୍ଥ ହେଲେ ଆଉ ୨୩୨ କରୋନା ଆକ୍ରାନ୍ତ

Published By : Prameya-News7 Bureau | January 02, 2021 IST

ଭୁବନେଶ୍ବର, ୦୨/୦୧ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି । ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଫଳରେ ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

wp:embed {"url":"https://twitter.com/HFWOdisha/status/1345376676553740289?s=08","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1345376676553740289?s=08
/wp:embed

ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩,୨୫,୯୬୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

wp:embed {"url":"https://twitter.com/HFWOdisha/status/1345376678558584832","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1345376678558584832
/wp:embed

ଅନୁଗୁଳରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିରରୁ ୨୬, କଟକରୁ ୨୫, ସୁନ୍ଦରଗଡରୁ ୧୯, ବାଲେଶ୍ବରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରପଡାରୁ ଓ ମୟୂରଭଞ୍ଜରୁ ୧୪, ଝାରସୁଗୁଡା ଓ ନୂଆପଡାରୁ ୧୧, କେନ୍ଦୁଝର ଓ ଖୋର୍ଦ୍ଧାରୁ ୧୦ , ଭଦ୍ରକ ଓ କଳାହାଣ୍ଡିରୁ ୫, ଗଞ୍ଜାମ ଓ ସମ୍ବଲପୁରରୁ ୪, ବରଗଡ, ଜଗତସିଂପୁର ଓ ପୁରୀରୁ ୨ ଏବଂ ଦେବଗଡ ଓ ଗଜପତିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.