Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଅନୁପ୍ରବେଶ କରିବା ପାଇଁ ସୁଯୋଗ ଖୋଜୁଛନ୍ତି ୨୩୦ ଆତଙ୍କବାଦୀ, ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା

10/04/2020 at 11:27 AM

ଶ୍ରୀନଗର, ୧୦|୦୪:  ଗୋଟିଏ ପଟେ ଭାରତୀୟ ସେନା କାଶ୍ମୀରରେ କରୋନା ଭାଇରସକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ କିନ୍ତୁ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ ସୀମା ପାର୍ ହୋଇ ଅନୁପ୍ରବେଶ କରିବାକୁ ସୁଯୋଗ ଖୋଜୁଛନ୍ତି । ଏଲଓସି ନିକଟରେ କିଛି ଲଞ୍ଚ୍ ପ୍ୟାଡରେ ଆତଙ୍କବାଦୀଙ୍କ ବିଭିନ୍ନ ଗ୍ରୁପ ସକ୍ରିୟ ହୋଇ ଉଠିଛି । ପ୍ରାୟ ୨୩୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚାହିଁ ରହିଛନ୍ତି ।

ରବିବାର ଦିନ ଭାରତୀୟ ସେନା ୫ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା । ଗତ ସପ୍ତାହ ଧରି ଲାଗି ରହିଥିବା କମ୍ବିଂ ଅପରେସନରେ ଯବାନଙ୍କୁ ଏହି ସଫଳତା ମିଳିଥିଲା । ଏହାସହ ସେନା ଆତଙ୍କବାଦୀଙ୍କ କେତେକ କ୍ୟାମ୍ପକୁ ମଧ୍ୟ ଧ୍ୱଂସ କରିଥିଲା । ଏବେ କାଶ୍ମୀରରେ ଅଧିକ ମାତ୍ରାରେ ସ୍ଥାନୀୟ ଆତଙ୍କବାଦୀ ନାହାଁନ୍ତି । ଆତଙ୍କବାଦୀ ସଙ୍ଗଠନ ମଧ୍ୟ ବିଚଳିତ ହୋଇ ପଡିଛି । ଫଳରେ ସୀମା ପାର୍ ଆତଙ୍କବାଦୀମାନେ ଷଡଯନ୍ତ୍ର ରଚୁଛନ୍ତି ।

ଆତଙ୍କବାଦୀଙ୍କ ଯୋଜନାକୁ ଭଣ୍ଡୁର କରିବା ପାଇଁ ଭାରତୀୟ ସୁରକ୍ଷା କର୍ମାମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସୀମାମେ ଅଧିକ ସଂଖ୍ୟାରେ ଫୋର୍ସ ମୁତୟନ ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬୦ରୁ ଅଧିକ ଲଶ୍କର, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଦାହୁଦ୍ଦୀନର ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଅନାଇ ରହିଛନ୍ତି । ସେହିପରି ଜାମ୍ମୁ ସେକ୍ଟରରେ ୭୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମଧ୍ୟ ଅନୁପ୍ରବେଶ ଉଦ୍ୟମ କରିପାରନ୍ତି ।

ଜାନୁଆରୀ-ଫେବ୍ରୁଆରୀରେ ସେନା ୨୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହାସହ ୪୮ଜଣ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ମଧ୍ୟ ଧରିଛି । ଏପରିକି ଗତ ୫ ତାରିକରେ କେରାନ ସେକ୍ଟରରେ ଗୁଳିମାଡରେ ୫ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

   Related Posts