ପୁଲୱାମା ହମଲା ପାଇଁ ବିସ୍ଫୋରକ ଯୋଗାଡ କରିଥିଲା ୨୩ ବର୍ଷ ବୟସ୍କ ଇଲେକଟ୍ରିସିଆନ

Published By : Prameya-News7 Bureau | March 10, 2019 IST

କାଶ୍ମୀର ୧୦/୩ : ପୁଲୱାମା ହମଲାକୁ ନେଇ ସୁରକ୍ଷା ଅଧିକାରୀଙ୍କ ତରଫରୁ ଆଜି ଏକ ବାଦ ଖୁଲାସା ହୋଇଛି | ଅଧିକାରୀ ସୂଚନା ଦେଇଛନ୍ତି ଯେ, ହମଲା ପଛରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଆତଙ୍କବାଦୀ ମୁଦ୍ଦାସିର ଅହମଦ ଖାନ ଥିଲା | ସେ ମହମ୍ମଦ ଭାଇ ନାଁରେ ପରିଚିତ | ସୁରକ୍ଷାକର୍ମୀଙ୍କ ପ୍ରମାଣ ଅନୁଯାୟୀ, ୨୩ ବର୍ଷ ବୟସ୍କ ଇଲେକଟ୍ରିସିଆନ ଆତଙ୍କୀ ହମଲା ପାଇଁ ଗାଡି ଏବଂ ବିସ୍ଫୋରକ ଯୋଗାଡ କରିଥିଲା |


ମୁଦ୍ଦାସିର ଖାନ ମିର ମୋହଲ୍ଲାରେ ରହୁଥିଲା | ସେ ପୁଲୱାମା ଜିଲ୍ଲାରେ ସ୍ନାତ୍ତକ କରିଥିଲା | ଏହାପରେ ସେ ଇଲେକଟ୍ରିସିଆନରେ ଡିପ୍ଲୋମା କରିଥିଲା | ୨୦୧୭ ମସିହାରେ ସେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା | ଆତ୍ମଘାତୀ ଆଦିଲ ଅହମଦ ଡାର ବହୁ ପୂର୍ବରୁ ମୁଦ୍ଦାସିର ସହ ସମ୍ପର୍କରେ ଥିଲା | ସିଆରପିଏଫ ଯବାନଙ୍କ ଉପରକୁ ହମଲା କରିବା ପାଇଁ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିଲା | ୨୦୧୮ ମସିହାରେ ଭାରତୀୟ ସେନା କ୍ୟାମ୍ପରେ ହୋଇଥିବା ହମଲାରେ ମଧ୍ୟ ମୁଦ୍ଦାସିରର ହାତ ଥିଲା ବୋଲି କହିଛନ୍ତି ଅଧିକାରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.