ପ୍ରଥମ ପ୍ରୟାସରେ ଆଇଏଏସ୍‌ ହେଲେ ୨୩ ବର୍ଷୀୟା ନିଶା ଗ୍ରେୱାଲ୍‌, ଏପରି କରୁଥିଲେ ପ୍ରସ୍ତୁତି...

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ, ୦୫/୧୧: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌ ବା ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ ଟପ୍‌ ପରୀକ୍ଷା ମଧ୍ୟରେ ଗୋଟିଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ଆଇଏଏସ୍‌, ଆଇପିଏସ୍‌ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ସମସ୍ତଙ୍କୁ ସଫଳତା ମିଳିନଥାଏ । କିଛି ଆଶାୟୀ ଏପରି ଥାନ୍ତି, ଯେଉଁମାନେ କି ପ୍ରଥମ ପ୍ରୟାସରେ ହିଁ ପରୀକ୍ଷାରେ ପାସ୍‌ ହୋଇଯାଆନ୍ତି । ଏପରି ସଫଳତା ପାଇଛନ୍ତି ହରିୟାଣା ଭିବାନୀର ଏକ ଛୋଟ ଗ୍ରାମରେ ରହୁଥିବା ନିଶା ଗ୍ରୋୱାଲ୍‌ । ଯିଏ ପ୍ରଥମ ପ୍ରୟାସରେ ହିଁ ଆଇଏଏସ୍‌ ହେବାର ସ୍ୱପ୍ନ ପୂରଣ କରିଛନ୍ତି ।

ନିଶାଙ୍କର ବାପା ବିଜୁଳି ବିଭାଗରେ କାମ କରନ୍ତି । ତାଙ୍କ ମାଆ ଗୃହିଣୀ । ନିଶା ଦ୍ୱାଦଶ ପରେ ଦିଲ୍ଲୀ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ହନର୍ସ ସହିତ ପାସ୍‌ କରିଥିଲେ । ପରେ ସେ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଡିଏନ୍‌ଏର ରିପୋର୍ଟ ଅନୁସାରେ,  ନିଶା ୟୁପିଏଏସି ପ୍ରସ୍ତିତି ପାଇଁ ଏନ୍‌ସିଆର୍‌ଟି ପୁସ୍ତକରୁ ନିଜ ବେଶ୍‌ ମଜବୁତ୍‌ କରିଥିଲେ । ଏହାପରେ ସେ ଷ୍ଟାଣ୍ଡାର୍ଡ ବୁକ୍‌ରୁ ପ୍ରସ୍ତୁତି କରିଥିଲେ । ଏହାଛଡ଼ା ସେ ଇଣ୍ଟରନେଟ୍‌ରେ ମିଳୁଥିବା କିଛି ନୋଟ୍‌ ପଢ଼ୁଥିଲେ । ପ୍ରତିଦିନ ୮ରୁ ୯ ଘଣ୍ଟା ପରିଶ୍ରମ କରୁଥିବା ନିଶା ପ୍ରକାଶ କରିଛନ୍ତି ।

ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ତାଙ୍କୁ ତାଙ୍କ ଦାଦା ବହୁତ ସାହାଯ୍ୟ କରିଥିବା ନିଶା କହିଛନ୍ତି । ମାତ୍ର ୨୩ ବର୍ଷ ବୟସରେ ଏବଂ ପ୍ରଥମ ପ୍ରୟାସରେ ସେ ୨୦୨୦ ସିଭିଲ୍‌ ସେବା ପରୀକ୍ଷାରେ ୫୧ତମ ରାଙ୍କ ହାସଲ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.