Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବର୍ଷକରେ ଦୁଇ ଥର ପ୍ରସବ କଲେ ୨୩ ବର୍ଷୀୟା ମହିଳା, ଗୋଟିଏ ପୁଅ ଏବଂ ଦୁଇ ଜାଆଁଳା ଝିଅଙ୍କୁ ଦେଲେ ଜନ୍ମ

14/09/2021 at 4:27 PM

ନୂଆଦିଲ୍ଲୀ ୧୪/୦୯: ଜଣେ ମହିଳା ଏକାସାଙ୍ଗରେ ୨,୩ ଟି ପିଲା ଜନ୍ମ ଦେଇଥିବା ଖବର ଶୁଣିଥିବେ । କିନ୍ତୁ ଆଜି ଏମିତି ଖବର ଏଠାରେ ଉଲ୍ଲେଖ କରିଛୁ ଯାହା ଜାଣିବା ପରେ ଆପଣ ଆଶ୍ବର୍ଯ୍ୟ ହୋଇଯିବେ। ଜଣେ ମହିଳା ଗୋଟିଏ ବର୍ଷରେ ୩ଟି ପିଲା ଜନ୍ମ ଦେଇଛନ୍ତି। ଏହି ମାମଲା ସ୍ବତନ୍ତ୍ର କାରଣ ସେ ଏକା ଥରେ ଟ୍ରିପଲେଟ୍ସ ଜନ୍ମ ଦେଇନାହାନ୍ତି। ସେ ୧୦ ମାସରେ ଦୁଇ ଥର ଗର୍ଭବତୀ ହେବା ସହ ୨ ଥର ପ୍ରସବ କରିଛନ୍ତି ।

ବର୍ଷକରେ ଦୁଇ ଥର ପ୍ରେଗନାଣ୍ଟ

ଦ ସନ୍‌ରେ ପ୍ରକାଶିତ ଖବର ମୁତାବିକ, ବ୍ରିଟେନର ୨୩ ବର୍ଷୀୟା ଶରଣା ସ୍ମିଥ୍‌ ଜାନୁଆରୀ ୬, ୨୦୨ରେ ପ୍ରଥମ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଏହା ପରେ ପୁଣି ଥରେ ଗର୍ଭବତୀ ହୋଇଥିଲେ ଏବଂ ୩୦ ଅକ୍ଟୋବର ୨୦୨୦ରେ ଜାଆଁଳା ଶିଶୁ କନ୍ୟା ଆଲିଶା ଏବଂ ଆଲିଜାଙ୍କୁ ଜନ୍ମ ଦେଇଥିଲେ ଶରଣା।

ଆଶ୍ଚର୍ଯ୍ୟ ଥିଲା ଗର୍ଭବତୀ ଖବର

ଶରଣାଙ୍କ ମତରେ, ଯେତେବେଳେ ତାଙ୍କ ପୁଅ ଲାଇଟନ୍‌ ୩ ମାସର ହୋଇଥିଲା ତାଙ୍କୁ ଲାଗିଥିଲା ସେ ପୁଣି ଥରେ ଗର୍ଭବତୀ ହୋଇଛନ୍ତି। ଦ୍ବିତୀୟ ଥର ଗର୍ଭବତୀ ହେବା କଥା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଠୁ ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ମେଡିକାଲରେ ଚେକଅପ୍‌ ପାଇଁ ପହଞ୍ଚିଥିଲେ। ଡାକ୍ତର କହିଥିଲେ ଶରଣାଙ୍କ ପେଟରେ ଜାଆଁଲା  ପିଲା ଅଛନ୍ତି। ଏଭଳି ବିଶେଷ ମାମଲା ଡାକ୍ତରଙ୍କୁ ବି ଚିନ୍ତାରେ ପକାଇଥିଲା।

ବ୍ରେକଅପ୍‌ ପରେ ପ୍ରେଗନାଣ୍ଟ

ଡାକ୍ତରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଶରଣା। ପ୍ରଥମ ଶିଶୁର ପିତାଙ୍କ ସହ ବ୍ରେକଅପ୍‌ ହୋଇସାରିଥିଲା। ପୁଣି ଜାଆଁଳା ପିଲାଙ୍କ କଥା ଭାବି ସେ ଚିନ୍ତାରେ ପଡ଼ିଯାଇଥିଲେ। ଏବେ ଜଣେ ପୁଅ ଏବଂ ଦୁଇ ଜଆଁଳା ଝିଅ ବର୍ଷକର ହୋଇଯାଇଥିବା ବେଳେ ଶରଣା ବେଶ ଖୁସି ଥିବା କହିଛନ୍ତି ।

   Related Posts