ଭିନ୍ନ ଜଣେ କରୋନା ଯୋଦ୍ଧା : ଭାକସିନ୍‌ ଟ୍ରାଏଲ୍ ପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ୨୩ ବର୍ଷୀୟା ବୈଜ୍ଞାନିକ

Published By : Prameya-News7 Bureau | August 16, 2020 IST

ସିଡନୀ, ୧୬|୦୮:  କରୋନା ବିରୋଧରେ ଲଢେଇ ଲଢୁଛି ସାରା ବିଶ୍ୱ । ହଜାର ହଜାର ଗବେଷକ ଦିନ ରାତି ଏକ କରି ଭାକସିନ୍ ତିଆରିରେ ଲାଗି ପଡିଛନ୍ତି ।ଏହି ଯୁଦ୍ଧରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି ମାତ୍ର ୨୨ ବର୍ଷର ମହିଳା ବୈଜ୍ଞାନିକ । ଏପରିକି ଭାକସିନ୍ ଟେଷ୍ଟିଂ ପାଇଁ ସେ ନିଜେ କରୋନା ସଂକ୍ରମିତ ହେବାକୁ ମଧ୍ୟ ରାଜି ଅଛନ୍ତି ।

୨୨ ବର୍ଷର ଏହି ଯୁବତୀ ହେଲେ ସୋଫି ରୋଜ୍ । ସେ ଅଷ୍ଟ୍ରେଲିଆରେ ରୁହନ୍ତି । ଏହି ଭାକସିନ୍ ଲକ୍ଷଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେବ । ଏଥିପାଇଁ ସେ ନିଜ ଜୀବନକୁ ବାଜିରେ ଲଗାଇବାକୁ ରାଜି ବୋଲି କହିଛନ୍ତି । ସେ ବୈଜ୍ଞାନିକ ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟିରେ କାମ କରୁଛନ୍ତି ।

ସୋଫି କରୋନା ଭାକସିନର ଗବେଷଣାକୁ ତ୍ୱରାନ୍ୱିତ କରିବା ପାଇଁ ୧ଡେ ସୁନର୍ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ବିଭିନ୍ନ ଦେଶକୁ ସେ ଅତିଶୀଘ୍ର ଭାକସିନ୍ ପ୍ରସ୍ତୁତ କରିବାକୁ ଅପିଲ୍ କରିଛନ୍ତି । ଏହାସହ ହ୍ୟୁମାନ୍ ଚ୍ୟାଲେଞ଼୍ଜ ଟ୍ରାଏଲ୍ ଆରମ୍ଭ କରିବାକୁ ମଧ୍ୟ ସେ କହିଛନ୍ତି । ଏଥିରେ ସ୍ୱେଚ୍ଛାସେବୀମାନେ ଜାଣିଶୁଣି କରୋନା ସଂକ୍ରମିତ ହୋଇଥାନ୍ତି । ସେମାନଙ୍କ ଉପରେ ଭାକସିନର ଟ୍ରାଏଲ୍ କରାଯାଏ ।

{"id":315523,"sizeSlug":"large"}

ଷ୍ଟେଫୋର୍ଡ ୟୁନିଭର୍ସିଟିରୁ ଗ୍ରାଜୁଏସନ ପାସ୍ କରିଥିବା ସୋଫି କରୋନା ଭାକସିନ୍ ପ୍ରୟୋଗ ପାଇଁ ନିଜ ଶରୀର ଦାନ କରିବାକୁ ରାଜି ଅଛନ୍ତି । ଏପରିକି ସେ ନିଜ ବନ୍ଧୁଙ୍କୁ କିଡନୀ ଦାନ କରିବେ ବୋଲି ମଧ୍ୟ ଚିନ୍ତା କରିଥିଲେ । ଏବେ କିନ୍ତୁ କରୋନା ଭାକସିନର ଟ୍ରାଏଲ ପାଇଁ ସେ ପ୍ରସ୍ତୁତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.