Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

୬୬ ବର୍ଷ ବୟସ୍କ ବୃଦ୍ଧଙ୍କୁ ବିବାହ କରି ପ୍ରେମିକର ମା ହେଲେ ୨୩ ବର୍ଷ ବୟସ୍କା ଯୁବତୀ; ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

31/01/2019 at 1:12 PM

ଚଣ୍ଡୀଗଡ଼ ୩୧/୧ : ବିଦେଶ ଯିବା ପାଇଁ ନିଜ ଭାଇ ଭଉଣୀଙ୍କ ବାହାଘର ମାମଲା ଥଣ୍ଡା ନପଡ଼ୁଣୁ ଜଣେ ୨୩ ବର୍ଷ ବୟସ୍କା ଯୁବତୀ ୬୬ବର୍ଷ ବୃଦ୍ଧଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି | ଏହି ବିବାହର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ବିବାହ ପଚାର ସତ୍ୟତା ଏବେ ଯାଏଁ ଜଣାପଡିନାହିଁ | ଉଭୟଙ୍କ ପରିବାର ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି | କିନ୍ତୁ ସୋସିଆଲ ମିଡ଼ିଆରେ ଏହି ବିବାହକୁ ନେଇ ଅନେଲା ଥଟ୍ଟା ପରିହାସ କରାଯାଇଛି |


କିଛି ଦିନ ପୂର୍ବରୁ ଚଣ୍ଡୀଗଡ଼ରେ ହୋଇଥିଲା ଏହି ବିବାହ | ସୋସିଆଲ ମିଡ଼ିଆରେ ଲୋକେ କଟାକ୍ଷ କରିଛନ୍ତି ଯେ, ଯୁବତୀ ବୃଦ୍ଧଙ୍କୁ ନୁହେଁ ବରଂ ବୃଦ୍ଧଙ୍କ ପୁଅକୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ | କିନ୍ତୁ ବୃଦ୍ଧଙ୍କ ପୁଅ ପୂର୍ବରୁ ବିବାହିତ ଏବଂ ତାଙ୍କର ପୁଅଝିଅ ମଧ୍ୟ ଅଛନ୍ତି | ବୃଦ୍ଧଙ୍କ ପୁଅ ଓ ବୋହୁ ମଧ୍ୟରେ ସମ୍ପର୍କ ଭଲ ନଥିଲା | ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ | ଏଭଳି ସ୍ଥିତିରେ ଯୁବତୀ ଜଣକ ବୃଦ୍ଧକୁ ବିବାହ କରିଥିଲେ | ଯୁବତୀ ନିଜ ପରିବାର ଲୋକଙ୍କ ସହମତିରେ ଏହି ବିବାହ କରିଛନ୍ତି |


କିଛି ଲୋକଙ୍କ କହିବାନୁଯାୟୀ, ବୃଦ୍ଧଙ୍କ ୪ ଏକର ଜମି ରହିଛି | ଯେଉଁଥିପାଇଁ ଯୁବତୀ ବୃଦ୍ଧଙ୍କୁ ବିବାହ କରିଛନ୍ତି | ଯୁବତୀଙ୍କର ଏହା ଦ୍ୱିତୀୟ ବିବାହ ବୋଲି ମଧ୍ୟ କେହି କେହି କହିଛନ୍ତି |

   Related Posts