Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବଡ ଖବର: ୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରୀ ନିଯୁକ୍ତିରୁ ଉଠିଲା ସାକ୍ଷାତକାର ପରୀକ୍ଷା

11/10/2020 at 4:10 PM

ନୂଆଦିଲ୍ଲୀ ୧୧।୧୦: ଦେଶର ୨୩ ରାଜ୍ୟ ଓ ଆଠ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ହେଉଥିବା ସାକ୍ଷାରକାର ଉଠାଇ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶନିବାର ଏହି ସୂଚନା ଦେଇଛନ୍ତି। କାର୍ମିକ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ୨୦୧୬ ପରଠୁ କେନ୍ଦ୍ର ସରକାର ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ସାକ୍ଷାତକାର ସମାପ୍ତ କରାଯାଇଛି।

ମନ୍ତ୍ରୀ କହିଛନ୍ତି ୨୦୧୫ରେ ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଚାକିରିରେ ସାକ୍ଷାତକାର ସମାପ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଓ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ ବୋଲି କହିଥିଲେ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ  ପରାମର୍ଶକ୍ରମେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ବ୍ୟାପକ ପ୍ରକ୍ରିୟା ଆଧାରେ ତିନି ମାସ ଭିତରେ ୨୦୧୬ ଜାନୁଆରୀ ୧ରୁ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ହେଉଥିବା ସାକ୍ଷାତକାର ସମାପ୍ତ କରିବା ଘୋଷଣାର ପ୍ରକ୍ରିୟା ପୂରା ହୋଇ ଯାଇଛି। ଏବେ କେବଳ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ।

ସେ କହିଛନ୍ତି ମହାରାଷ୍ଟ୍ର ଓ ଗୁଜରାଟ ପରି କିଛି ରାଜ୍ୟ ନିୟମକୁ ଲାଗୁ କରିବାକୁ ତତ୍ପର ଥିଲେ ମାତ୍ର କିଛି ରାଜ୍ୟ ସାକ୍ଷାତକାର ସମାପ୍ତ କରିବାକୁ ଇଚ୍ଛୁକ ନଥିଲେ। ମନ୍ତ୍ରୀ ସିଂହ ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ବହୁତ ବୁଝାଇବା ପରେ ଆଜି ଜାମ୍ମୁ-କାଶ୍ମୀର ଓ ଲଦାଖ ସହିତ ଭାରତର ଆଠ କେନ୍ଦ୍ର ଶାସିତ ଅଞ୍ଚଳ ଓ ଦେଶର ୨୮ ରାଜ୍ୟରୁ ୨୩ ରାଜ୍ୟ ସାକ୍ଷାତକାର ବନ୍ଦ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

   Related Posts