ନରୱେରେ କୋଭିଡ ଟିକାକରଣ ପରେ ୨୩ ମୃତ, ପ୍ରଶ୍ନବାଚୀରେ Pfizer ଟିକା

Published By : Prameya-News7 Bureau | January 15, 2021 IST

ଓସ୍ଲୋ :  କୋରନା ମୁକାବିଲା ଲାଗି ବିଶ୍ୱର ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି। ଏହି କ୍ରମରେ ନରୱେ ଗତ ଡିସେମ୍ବର ୨୭ ତାରିଖରେ ଟିକାକରଣ ଅଭିଯାନ ହାତକୁ ନେଇଥିଲା।  ଏପର୍ଯ୍ୟନ୍ତ ଅନୁନ୍ୟ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ତେବେ ଟିକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ଏବେ ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଟିକାକରଣ ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବା ସହ ଜଟିଳ ହୋଇଯାଇଥିଲା। ସ୍ୱାସ୍ଥ୍ୟଗତ ଜଟିଳତାକାରଣରୁ ଲୋକେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି। ରୋଗୀ ଓ ବୟସ୍କଙ୍କ ଲାଗି ଟିକାକରଣ ବିପଦଜନକ ବୋଲି ନରୱେ ସରକାର କହିଛନ୍ତି।

ମୃତକଙ୍କ ମଧ୍ୟରୁ ୧୩ଜଣ ଟିକା ନେବାପରେ ପରେ ପ୍ରାଣ ହରାଇଥିବା କୁହାଯାଇଛି।  ଅନ୍ୟମାନଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଟିକାର ସାମାନ୍ୟ କୁ ପ୍ରଭାବ ମଧ୍ୟ ଲୋକଙ୍କ କ୍ଷେତ୍ରରେ ଗୁରୁତର ସାବ୍ୟସ୍ତ ହେଉଥିବା  ନରୱେ ପବ୍ଲିକ ହେଲଥ ଏଜେନ୍ସୀ କହିଛନ୍ତି। ଏପର୍ଯ୍ୟନ୍ତ ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ୨୯ଟି ଅଭଯୋଗ ମିଳିଛି।

ଟିକାକରଣ ପରେ ମୃତକଙ୍କ ମଧ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା ଅଧିକ। ସେହିପରି  ୯୦ ବର୍ଷର ସୁସ୍ଥ ଲୋକେ ଟିକା ନେବା ପରେ ପ୍ରାଣ ହରାଇଥିବା କୁହାଯାଇଛି। ଟିକା ନେବାପରେ ଲୋକଙ୍କଠାରେ ସାମାନ୍ୟ ଜ୍ୱର ଦେଖାଯାଇଥିଲା। ପରେ ତାହ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ପାଲଟିଥିବାର ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି।

ନରୱେ ଫାଇଜର ଟିକା ଲୋକଙ୍କଠାରେ ଉପଯୋଗ କରୁଛି। ଏଣୁ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ନେଇ ଦେଶରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଫାଇଜର ଟିକାକୁ ନେଇ ଚୀନ୍ ବିଶେଷଜ୍ଞଙ୍କ ମତାମତ ମିଳିଛି। ଆମେରିକୀୟ କମ୍ପାନୀ ପ୍ରସ୍ତୁତ ଏହି ଟିକା ବୟସ୍କଲୋକଙ୍କ ଠାରେ ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.