ଫାଇଜର୍ ଚିକା ନେଇ ୨୩ଜଣଙ୍କ ମୃତ୍ୟୁ ମାମଲା, ତଦନ୍ତ ଆରମ୍ଭ କଲେ ନରଓ୍ୱେ ସରକାର

Published By : Prameya-News7 Bureau | January 17, 2021 IST

ଓସ୍ଲୋ,୧୭/୦୧: ନରଓ୍ୱେରେ କରୋନା ଭାକସିନ୍ ଅଭିଶାପ ପାଲଟିଛି । ଏବେସୁଦ୍ଧା ପ୍ରାୟ ୨୩ଜଣ ଫାଇଜର ଚିକା ନେବା ପରେ ପ୍ରାଣ ହରାଇଲେଣି ।  ଗତ ଡିସେମ୍ବର ୨୭ ତାରିଖରେ ଟିକାକରଣ ଅଭିଯାନ ହାତକୁ ନେଇଥିଲେ ନରଓ୍ୱେ ସରକାର।  ଏପର୍ଯ୍ୟନ୍ତ ଅତିକମରେ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ତେବେ ଟିକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ଏବେ ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସୂଚନାନୁସାରେ, ଟିକାକରଣ ପରେ ମୃତ୍ୟୁବରଣ କରିଥିବା ଲୋକଙ୍କର ପ୍ରଥମେ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଉପୁଜିଥିଲା । ପରେ ସ୍ଥିତି ଜଟିଳ ହୋଇଯାଇଥିଲା। ସ୍ୱାସ୍ଥ୍ୟଗତ ଜଟିଳତାକାରଣରୁ ଲୋକେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି। ରୋଗୀ ଓ ବୟସ୍କଙ୍କ ଲାଗି ଟିକାକରଣ ବିପଦଜନକ ବୋଲି ନରୱେ ସରକାର କହିସାରିଛନ୍ତି।

ମୃତକଙ୍କ ମଧ୍ୟରୁ ୧୩ଜଣ ଟିକା ନେବାପରେ ପରେ ପ୍ରାଣ ହରାଇଥିଲେ । ଅନ୍ୟମାନଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଟିକାକରଣ ପରେ ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୮୦ ବର୍ଷରୁ ଅଧିକ। ସେହିପରି କିଛି ୯୦ ବର୍ଷର ସୁସ୍ଥ ଲୋକେ ଟିକା ନେବା ପରେ ପ୍ରାଣ ହରାଇଥିବା କୁହାଯାଇଛି।

ଏହି ଖବର ଆସିବା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କୁ ମଧ୍ୟ ଏହା ଉପରେ ଅଧିକ ଅନୁଧ୍ୟାନ ପାଇଁ କୁହାଯାଉଛି । ଭାକସିନ୍ ବୟସ୍କଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଉଛି ।

ନରଓ୍ୱେ ମେଡିସିନ୍ ଏଜେନ୍ସିର ମେଡିକାଲ ଡାଇରେକ୍ଟର ଷ୍ଟିନାର ମାଡେସନ୍ କହିଛନ୍ତି ଯେ, ଏହା ଏକ ସଂଯୋଗ ହୋଇପାରେ । କିନ୍ତୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଆହୁରି ଅନୁଧ୍ୟାନ କରାଯାଉଛି । ତେବେ ବାୟୋଏନଟେକ୍ ଓ ଫାଇଜର୍ ପକ୍ଷରୁ କୁହାଯାଇଛି ଯେ, ଭାକସିନ୍ ଓ ମୃତକଙ୍କ ମଧ୍ୟରେ କିଛି ସମ୍ପର୍କ ନାହିଁ । ଏନେଇ ଅଧିତ ତଦନ୍ତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.