Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୁର୍ଭାଗ୍ୟ ଶ୍ରମିକଙ୍କ ପିଛା ଛାଡୁନି, ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ୨୩ ଶ୍ରମିକଙ୍କ ମୃତ୍ୟୁ

16/05/2020 at 7:15 AM

ଔରିୟା ୧୬।୫: କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଫଳରେ ବିଭିନ୍ନ ରାଜ୍ୟକୁ ଯାଇ ଫସିଥିବା ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । କିନ୍ତୁବିଭିନ୍ନ ସ୍ଥାନରେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ମଧ୍ୟପ୍ରଦେଶର ଗୁନାରେ ଘଟିଥିବା ଏକ ଭୟଙ୍କର ସଡକ ଦୁର୍ଘଟଣା ପରେ ଶନିବାର ସକାଳୁ ୟୁପିର ଔରେୟାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଭର୍ତ୍ତି ହୋଇଥିବା ଏକ ଡିସିଏମକୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ଏବଂ ସୈଫଇ ପିଜିଆଇକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ରକ୍ ଶ୍ରମିକମାନଙ୍କୁ ନେଇ ଯାଉଥିବା ଡିସିଏମକୁ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୨୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡିସିଏମ ରାସ୍ତାରେ ଠିଆ ହୋଇଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଔରେୟା ଏସପି ସୁନୀତି ସିଂହ ଏବଂ ଅନେକ ପୋଲିସ ଷ୍ଟେସନର ପୋଲିସ ଉପସ୍ଥିତ ଅଛନ୍ତି । ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ କାନପୁରର ହାଲଟ ଡାକ୍ତରଖାନାକୁ ପଠାଯାଇଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

   Related Posts